*ଶତାଧିକ ଜନସାଧାରଣ ଙ୍କ ସହ ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ ଶୁଣିଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି*
ତାଳଚେର :ତା 26/01/2026: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ କି ବାତ କାର୍ଯ୍ୟକ୍ରମ ପ୍ରତି ମାସ ଶେଷ ରବିବାର ଦିନ 11ଟାରୁ 11.30 ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ |ବିଭିନ୍ନ ଚାନେଲ ସୋସିଆଲ ମିଡ଼ିଆ ମାଧ୍ୟମରେ ସମଗ୍ର ଦେଶ ବାସୀ ତାହାକୁ ଶୁଣିଥାନ୍ତି |ଗତ ରବିବାର ପ୍ରଧାନମନ୍ତ୍ରୀ ଙ୍କ 130 ତମ ମନ କି ବାତ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଶତାଧିକ କାର୍ଯ୍ୟକର୍ତା ଓ ଜନସାଧାରଣ ଙ୍କ ସହ ମିଶି ଶୁଣିଥିଲେ |ତାଳଚେର ଘଣ୍ଟପଡା ଓଭର ବ୍ରିଜ ର ଉଦଘାଟନ ପୂର୍ବରୁ ସେହି ସ୍ଥାନରେ ଏଲଇଡ଼ି ଟିଭି ମାଧ୍ୟମରେ ମନ କି ବାତ କାର୍ଯ୍ୟକ୍ରମ କୁ ଶୁଣିଥିଲେ |ଏହି ସ୍ଥାନରେ ସାଂସଦ ଙ୍କ ସହ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ,ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଓ ସାଧାରଣ ଲୋକ ଉପସ୍ଥିତ ଥିଲେ |
