ସାଉଥବଲଣ୍ଡାରେ ହିନ୍ଦୁ ସମ୍ମିଳନୀ
ତାଳଚେର(ତା.୨୬/୦୧/୨୦୨୬)- ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପରିସରରେ ଗୋବରା ମଣ୍ଡଳ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଉଥବଲଣ୍ଡା ପାତଞ୍ଜଳି ଯୋଗ ପରିବାରର ଯୋଗାଚାର୍ଯ୍ୟ ଅମୂଲ୍ୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା ଭାବରେ ପୂର୍ବତନ ବିଭାଗ ସଂଘଚାଳକ ଶିକ୍ଷାବିତ୍ ହେମନ୍ତ କୁମାର ଧର ଯୋଗ ଦେଇଥିଲେ । ଏହି ଅବସରରେ ମନ୍ଦିର ପରିସରରେ ସାମୁହିକ ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଶ୍ରୀ ଧର ନିଜ ଅଭିଭାଷଣରେ ହିନ୍ଦୁ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ସମସ୍ତେ ଏକଜୁଟ୍ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସଂଘର କାର୍ଯ୍ୟକର୍ତା ଗୌରଚନ୍ଦ୍ର ନନ୍ଦ ପଂଚ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଭାରତୀୟ ମଜଦୁର୍ ସଂଘର ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀନିବାସ ଖୁଣ୍ଟିଆ ମଂଚ ପରିଚାଳନା କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସହ ସଂଘ ଚାଳକ ଗିରିଧାରୀ ଶତପଥୀ, ତାଳଚେର ସଦର ଖଣ୍ଡ ସଂଘ ଚାଳକ ଭୂବନାନନ୍ଦ ପ୍ରଧାନ, କାର୍ଯ୍ୟବାହ ଶ୍ରୀକାନ୍ତ ବିଶ୍ୱାଳ, ଜିଲ୍ଲା ପ୍ରଚାରକ ଅନନ୍ତ କୁମାର ନାୟକ, ବିଜେପି ମିଡ଼ିଆ ସେଲ ପ୍ରମୁଖ ପର୍ଶୁରାମ ବାରିକ, ସମାଜସେବୀ ବିଭୂତି ସାହୁ,ଶଙ୍କରାଚାର୍ଯ୍ୟଙ୍କ ସେବା ପ୍ରମୁଖ ବରୁଣ କୁମାର ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଭାଗ ସେବା ପ୍ରମୁଖ ନାରାୟଣ ନାୟକ,ଗୋବରା ମଣ୍ଡଳ ହିନ୍ଦୁ ସମ୍ମିଳନୀର କୋଷାଧ୍ୟକ୍ଷ ଉଦ୍ଧବ କୁମାର ବେହେରାଙ୍କ ସମେତ ଶତାଧିକ ହିନ୍ଦୁପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ । ପରିଶେଷରେ ଗୋବରା ମଣ୍ଡଳ ହିନ୍ଦୁ ସମ୍ମିଳନୀ ସହ ସଂଯୋଜକ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
