*କିଶୋର କ୍ଲବ ମୁଖ୍ୟ ଫାଟକ ର ଉଦଘାଟନ କଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି*
ତାଳଚେର :ତା 23/01/2026: ତାଳଚେର କିଶୋର କ୍ଲବ ରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏ ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇଥିଲେ | ଢେଙ୍କାନାଳ ସାଂସଦ କିଶୋର କ୍ଲବ ରେ 13 ଲକ୍ଷ ଟଙ୍କାରେ ନିର୍ମିତ ମୁଖ୍ୟ ଫାଟକ ଏବଂ ପାନୀୟ ଜଳ ପ୍ରକଳ୍ପ କୁ ଉଦଘାଟନ କରିଛନ୍ତି |ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ସାଂସଦ ଙ୍କ ସହ ଯୋଗ ଦେଇଥିଲେ |କିଶୋର କ୍ଳବ ର କାର୍ଯ୍ୟକାରୀ ସଭାପତି ଧିରେନ ଶତପଥୀ ଓ ପେସ୍କାର ଗଡ଼ନାୟକ, ସମ୍ପାଦକ ଦୀପକ ଥମ୍ବ, ଉପ ସଭାପତି ପ୍ରଶାନ୍ତ ଦାସ ଓ ଦୟାସାଗର ମିଶ୍ର ଓ ସଂଯୋଜକ ଆନନ୍ଦ ଅଗ୍ରୱାଲ ଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ |
