ବିଶାଳ ହିନ୍ଦୁ ସମ୍ମିଳନୀ
————-++-+++++
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକ ପାଳନ ଅବସରରେ ସମଗ୍ର ହିନ୍ଦୁ ସମାଜ ରେ ସଚେତନତା ଓ ସ୍ୱାଭିମାନ ଜାଗରଣ ପାଇଁ ହିନ୍ଦୁ ସମ୍ମିଳନୀ ଗୁଣ୍ଡୁ ବାହାଳ ସ୍ଥିତ ହନୁମାନ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସମ୍ମାନସ୍ପଦ କାର୍ଯ୍ୟକର୍ତ୍ତା ମାନନୀୟ ଭରତ ଭୂତିଆ ,ସୁନନ୍ଦ ଦେବତାଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହିନ୍ଦୁ ସମ୍ମିଳନୀ ର ମହତ୍ତ୍ଵ ,ସନାତନୀ ଜୀବନ ପଦ୍ଧତି ବିଷୟରେ ମାର୍ଗଦର୍ଶନ କରିବାକୁ ଗାୟତ୍ରୀ ପ୍ରଜ୍ଞାପୀଠ ,ତାଳଚେର ର ପ୍ରଭାରୀ ସରୋଜକାନ୍ତ ଶତପଥୀ ଓ ଗାୟତ୍ରୀ ପଣ୍ଡା , ଆଦିତ୍ୟ ବାହିନୀ ଓଡ଼ିଶା ଶାଖାର ସଚିବ ମାନନୀୟ ବରୁଣ କୁମାର ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଅନୁଗୁଳ ଜିଲ୍ଲା ସଂଘଚାଳକ ମାନନୀୟ ବିଜୟକୁମାର ସାହୁ ଯୋଗ ଦେଇ ମାର୍ଗଦର୍ଶନ କରିିଥିଲେ। ରାମାୟଣର ଶ୍ରେଷ୍ଠ ଚରିତ ପ୍ରଭୁ ଶ୍ରୀରାମ ଓ ଶଙ୍କରାଚାର୍ଯ୍ୟଙ୍କ ଭଳି ହେବାକୁ ଆହ୍ୱାନ ଦେଇଥିଲେ ଓ ସମାଜ ରୂପୀ ଦେବତାର ସେବା ପାଇଁ ନିଜକୁ ପ୍ରସ୍ତୁତ ଓ ସମର୍ପିତ ହେବାକୁ ମାର୍ଗଦର୍ଶନ କରିଥିଲେ । ସମାଜସେବୀ ତଥା ଗୋରକ୍ଷକ ଅରୁଣ କୁମାର ଦାସ, ମାନସ ଶତପଥୀ, ଭାଗବତ ମହାନ୍ତି,ସଦାନନ୍ଦ ଦେବତା,
ନରେଶ କୁମାର ନନ୍ଦ ,ଯୁବସମାଜ ଓ ଶୁଭେଛୁ ମାନଙ୍କର ଅକୁଣ୍ଠିତ ସାହାଯ୍ୟରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ନିକଟସ୍ଥ ଗ୍ରାମ ଭେରୁ ବଣିଆ,କିଶୋରପାଳ, କାକୁଡି, ଗୁଣ୍ଠୁ ବାହାଳ, ବିହାରୀପୁର , ଗ୍ରାମର ହିନ୍ଦୁ ସମାଜ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିିଥିଲେ ।
