*ନୂଆପଡା ଜିଲ୍ଳା କୋମନା ବ୍ଲକ ସିଲେଟପାଣି ଗାଁ ରେ ମାଣ୍ଡିଆ ଫ୍ୟାକ୍ଟ୍ରି ଉଦଘାଟିତ।*
ନୂଆପଡା (ମିଖାଏଲ ନନ୍ଦ)
ତା-୨୩/୦୧
କୋମନା ବ୍ଲକ ସିଲେଟପାଣି ମାଣ୍ଡିଆ ଫ୍ୟାକ୍ଟ୍ରି ଠାରେ ଚଳିତ ଖରିଫ ଋତୁ ୨୦୨୫-୨୬ ର ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଣ୍ଡିଆ ମଣ୍ଡି ଜିଲ୍ଲା ପରିଷଦ ଶ୍ରୀ ମୁରଲୀ ଧର ଭୋଇ ଙ୍କ ଦ୍ଵାରା ଉଦ୍ଘାଟିତ ହୋଯାଇଛି।ଉଦ୍ଘାଟନୀ ସମାରୋହ ରେ ବ୍ଲକ ଉପ କୃଷି ଅଧିକାରୀ ସଂଗୀତା ମେହେର , ମାଣ୍ଡିଆ କ୍ରୟ କରୁଥିବା ଟି ଡି ଦି ସି ସି ଓ ଏଲ ,ବି ଏମ୍ ଶ୍ରୀ ହେମନ୍ତ କୁମାର ବେହେରା, ସ୍ଥାନୀୟ ଏ. ଓ.କୁଶ ସୁନା,କୁଶ ଧାରୁଆ, ମା ସୁନଦେଇ ଫାର୍ମର ପ୍ରୋଡୁସର୍ ର ଏମ ଡି ହେମ ସାଗର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ଵେଚ୍ଛା ସେବୀ ସଂଗଠନ ସି ପି ଏସ ଦବଲୁ, କେନ୍ଦୁଭଟା ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ମହାପାତ୍ର ଉଧଘାଟନ ସମାରୋହ କୁ ପରିଚାଳନା କରିଥିଲେ। ଉଦ୍ଘାଟନୀ ସମାରୋହ ରେ ବ୍ଲକ ସ୍ତରୀୟ ଶ୍ରୀ ଅନ୍ନ ର ଖାଦ୍ୟ ସମାରୋହ ମଧ୍ୟ ଆୟୋଜନ ହୋଇଥିଲା
ଉକ୍ତ କାର୍ଯ୍ୟକ୍ରମ କୁ ଆୟୋଜନ କରିବାରେ ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ଶ୍ରୀ ଉଦେମଣୀ ନିଆଲ୍ ,ଶ୍ରୀ ଗୌତମ ଦୁରୀଆ,କୁବେର ପ୍ରଧାନ ଓ ଅନ୍ୟାନ୍ୟ କ୍ଷେତ୍ର କର୍ମୀ ମାନେ ସହଯୋଗ କରିଥିଲେ।
