*ପାତଳଗଙ୍ଗା ଳୋକ ମହୋତ୍ସବ ୨୦୨୬ ର ଦ୍ୱିତୀୟ ସଂଧ୍ଯା ର ମୁଖ୍ଯ ଅତିଥି ଭାବରେ ନୁଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ସାହିତ୍ୟ ,ସଂସ୍କୃତି ଓ କଳା କୁ ଉଜ୍ଜୀବିତ କରିବା ମହା ପର୍ବ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୩.୦୧.
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ପାତଳ ଗଙ୍ଗା ତିର୍ଥକ୍ଷେତ୍ର ର ବିକାଶ ପାଇଁ ସାମୁହିକ ଉଦ୍ୟମ ଏବଂ ଅଞ୍ଚଳର ଲୋକ କଥା, କଳା, ଏବଂ ସଂସ୍କୃତି ସହିତ ଉନ୍ନତ ସଭ୍ୟତାର ବର୍ତ୍ତାବହ ଅଟେ ଏହି ଲୋକମୋହତ୍ସବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବ ରେ ପବିତ୍ର ତୀର୍ଥ ସ୍ଥଳୀର ଉନ୍ନତି ପାଇଁ ଅର୍ଥ ପ୍ରଦାନ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ଏକ ଦାବିପତ୍ର ମଧ୍ଯ ପ୍ରଦାନ କରିଛନ୍ତି। ପାତଳଗଂଗା ଳୋକ ମହୋତ୍ସଵ କେବଳ ସଭା ସମିତି କିମ୍ବା ସାଂସ୍କୃତିକ ସଂଧ୍ୟା ରେ ସୀମିତ ନୁହେଁ ଏହା ବିକଶିତ ବୋଡ଼େନ ପାଇଁ ଏହା ସାମୁହିକ ଜାଗରଣ ଅଟେ।
