*ଖଡ଼ିଆଳ ରାଜଦରବାର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତିର ମିଳିତ ଆନୁକୂଲ୍ୟରେ କବି ବ୍ରଜରାଜ ସିଂହଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୩. ୦୧.
ଖଡ଼ିଆଳ ରାଜଦରବାର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତିର ମିଳିତ ଆନୁକୂଲ୍ୟରେ କବି ବ୍ରଜରାଜ ସିଂହଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଆୟକର ବିଭାଗ ଅବସର ପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇ କବି ବ୍ରଜରାଜ ସିଂ ଦେଓ ଓଡ଼ିଆ ଭାଷା ସାହିତ୍ୟ ରେ ଅଗାଢ ଜ୍ଞାନ ଏବଂ ସୁରକ୍ଷା ଦିଗରେ ଖଡିଆଳ ସାହିତ୍ୟ ସମିତିର ମହତ୍ତ୍ଵ ପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ସଭାରେ ଓଡ଼ିଶା ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ଡଃ. ସୁଶାନ୍ତ ବିଶି ସଭାପତିତ୍ବ କରିଥିବା ବେଳେ ବିଶିଷ୍ଟ ଅତିଥି ରୁପେ କବି ନୀଳ ଲୋହିତ ସିଂ ଦେଓ, ମୁଖ୍ୟ ବକ୍ତା ରୁପ ସୁସହିତିକ କନକବର୍ଦ୍ଧନ ସାହୁ, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସଙ୍ଗୀତଜ୍ଞ ବଳଭଦ୍ର ମହାଉତି ଯୋଗ ଦେଇ ଖଡିଆଳ ସାହିତ୍ୟ ସମିତିର ସାଧନା ଅତି ଉଚ୍ଚକୋଟୀର ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ
