*ନୂଆପଡ଼ା ଜିଲ୍ଲା ରେ ଓଡ଼ିଆ ଅସ୍ମିତା ର ଅନେକ ଆପତ୍ତି ଓ ଅଭିଯୋଗ ଦେଖିବାକୁ ମିଳେ। ଜିଲ୍ଲା ସଦର ମହକୁମା ନାମ ଇଂରାଜୀ ବନାନ ରେ ଅପଭ୍ରଂଶ ହେଉଥିବା ବେଳେ ତାର କୌଣସି ଯଥାର୍ଥ ଅର୍ଥ ରହୁନାହିଁ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୬.
ନୂଆପଡ଼ା ଜିଲ୍ଲା ଗଠନ ହେବାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ନୂଆପଡ଼ା ସଦର ମହକୁମା ନାମ ଇଂରାଜୀ ବନାନ ରେ ଅନେକ ତ୍ରୁଟି ଦେଖାଯାଉଅଛି। ବିଶେଷ କରି ଡାକ ବିଭାଗର ନାମ ଫଳକ, ହେଉ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଶାଖା ହେଉ କିମ୍ବା ନୂଆପଡ଼ା ର ପ୍ରାଚୀନ ରେଲ ଷ୍ଟେସନ୍ ରେ ନୂଆପଡ଼ା ନାମକୁ ଅପଭ୍ରଂଶ କରି ଇଂରାଜୀ ବନାନାରେ ନାମ ଲେଖାଯାଇଅଛି। ନୂଆପଡ଼ା ଇଂରାଜୀ ବାନାନା କୁ ପରିବର୍ତ୍ତନ ପାଇଁ ବିଭାଗୀୟ ଅଧିକାରୀ ମଧ୍ୟ ସରକାରଙ୍କୁ ଲେଖିବା ନେଇ ସ୍ୱୀକାର କରିଛନ୍ତି। ଓଡ଼ିଶା ସରକାର ନୂତନ କରି ଦୟୀତେ ନେବା ପଛ ରେ ଓଡ଼ିଆ ଅସ୍ମିତା ପ୍ରମୁଖ ଭୂମିକା ନେଇଥିବା ବେଳେ ସରକାର ପକ୍ଷ ରୁ ମଧ୍ୟ ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ସହର, ଗ୍ରାମ, ଗଣ୍ଡା ର ନାମ ଇଂରାଜୀ ବନାନା ସୁଧାର କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଆସିଥିବା ପ୍ରସ୍ତାବ କୁ ସରକାର ଗ୍ରହଣ କରି ଇଂରାଜୀ ବନାନା ନାମକରଣ ହୋଇଅଛି।ଖଡ଼ିଆଳ ଓଡ଼ିଆ ବନାନ କୁ ସୁଧାର କରିଥିବା ବେଳେ ଏହି ନୂଆପଡ଼ା ଜିଲ୍ଲା ବନାନ କୁ ନୂଆପଡ଼ା ହେବା ପାଇଁ ଅନୁରୋଧ କରିଛନ୍ତି। ତେଣୁ Nuapada ଜାଗାରେ NAWAPARA ହୋଇଅଛି। ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର ମଧ୍ୟ ଦାବୀ କରିଛନ୍ତି।
