ଚନ୍ଦ୍ରଗିରି ରେ ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ପରିସରରେ ୧୨ତମ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରିର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିନତୀ ନାଏକ ଅଧ୍ୟକ୍ଷତା କରିଥିଲେ। ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୋହନା ବ୍ଲକର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଶ୍ରୀ ମଦନ କହଁର ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ, ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ରଜନୀକାନ୍ତ ପ୍ରଧାନ ଯୋଗଦେଇଥିଲେ। ରାୟଗଡ଼ା ଜୋନର ବିଦ୍ୟାଳୟ ପରିଦର୍ଶକ ଶ୍ରୀ ଶ୍ୟାମଘନ ଭୂୟାଁ ମଧ୍ୟ ଉପସ୍ଥିତ ରହି କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୁଧିଷ୍ଠିର ନାୟକ, ଚନ୍ଦ୍ରଗିରି କ୍ଲଷ୍ଟରର CRCC ଶ୍ରୀ ସନ୍ତୋଷ କୁମାର ମଲ୍ଲିକ ଏବଂ ଲାବରସିଂ କ୍ଲଷ୍ଟରର CRCC ଶ୍ରୀ ତୁଷାରକାନ୍ତ ବେହେରା ଉପସ୍ଥିତ ରହି କ୍ରୀଡ଼ା ପ୍ରତିଯୋଗିତାର ସଫଳତା କାମନା କରିଥିଲେ। ଏହି ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ମୋଟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଣ୍ଡର-୧୪ ଓ ଅଣ୍ଡର-୧୭ ବର୍ଗରେ ଖୋ-ଖୋ, କବାଡ଼ି, ଭଲିବଲ୍, ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍ପୁଟ୍, ଯୋଗାସନ, ହ୍ୟାଣ୍ଡବଲ୍ ଆଦି ବିଭିନ୍ନ କ୍ରୀଡ଼ାରେ ପ୍ରତିଯୋଗିତା ହୋଇଥିଲା। ବିଜୟୀ ପ୍ରତିଯୋଗୀମାନେ ଆଗାମୀ ବ୍ଲକ୍/ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚନ୍ଦ୍ରଗିରି ଜୋନକୁ ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗିତାଗୁଡ଼ିକୁ PET ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ କ୍ରୀଡ଼ା ଶିକ୍ଷକ ଓ ଅଧିକାରୀମାନେ ସୁଚାରୁ ଭାବେ ପରିଚାଳନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଶ୍ରୀ ଏମ୍. ଦିଲୀପ କୁମାର, ଶ୍ରୀ ସିଲୁ ପ୍ରଧାନ, ଶ୍ରୀମତୀ ସୁନୀତା ଭୂୟାଁ, ଶ୍ରୀମତୀ ଗୌତମୀ ପରିଡ଼ା, ଶ୍ରୀମତୀ ଚିନୁସ୍ମିତା ପ୍ରଧାନ, ଶ୍ରୀମତୀ ରଶ୍ମିତା କାର୍ଜୀ, ଶ୍ରୀ ମଦନମୋହନ ଦଣ୍ଡସେନା, ଶ୍ରୀ ବିଶ୍ୱନାଥ ପାଇକ, ଶ୍ରୀ ସୁଶାନ୍ତ କୁମାର ପ୍ରଧାନ,ଶ୍ରୀ ରବୀନ୍ଦ୍ର ପ୍ରଧାନ, ଶ୍ରୀ ଜିତେନ୍ ନାୟକ,ଶ୍ରୀ କେଦାର ଗୌରୀ ସାହୁ ଏବଂ ଶ୍ରୀମତୀ ଗାୟତ୍ରୀ ପାଇକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଶ୍ରୀ ଏମ୍. ଦିଲୀପ କୁମାର ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, କ୍ରୀଡ଼ା ଶିକ୍ଷକ, ଅଭିଭାବକ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କ ସହଯୋଗରେ ଚନ୍ଦ୍ରଗିରି ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିଲା।
