ଛଣମେରୀ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ବାର୍ଷିକ ଉତ୍ସବ।
ସାନଖେମୁଣ୍ଡି -ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରୀ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ବାର୍ଷିକ ଉତ୍ସବ ମହାଡମ୍ବରରେ ପାଳିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ,ଦିଗପହଣ୍ଡି ଥାନାଧିକାରୀ ରାଜ କିଶୋର ପାତ୍ର, ଯୋଗାଣ ଅଧିକାରୀ ଅକ୍ଷୟ କୁମାର ସେଠି, ସମାଜସେବୀ ବାବୁଲା ଦୋରା ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ଉତ୍ସବ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆଜିର ଶିଶୁ ଆସନ୍ତାକାଲି ଦେଶ ର ଭବିଷ୍ୟତ ତେଣୁ ଭଲ ପାଠ ପଢି ଦେଶ ଜାତିର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ର ଅଧକ୍ଷ ଡଗଦୀଶ ମୁନି ବାର୍ଷିକ ବିବରଣୀ ପଠନ ସହ ଶିଶୁ ମାନଙ୍କ ପାଇଁ ଥିବା ବିଦ୍ୟାଳୟ ର ସମସ୍ତ ସୁବିଧା ଉପରେ ଏବଂ ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ନମ୍ବର ରଖି ଗଞ୍ଜାମ ଜିଲ୍ଳାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ। ବର୍ଷ ତମାମ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତିପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ଏବଂ କପ ଦିଆଯାଇ ପୁରସ୍କୃତ କରାଯାଇଥିଲା। ୨୦୨୫ଶିକ୍ଷାବର୍ଷ ରେ ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତି ରେଖା ପଣ୍ଡା ଶତକଡା ୯୮ରଖି ବିଦ୍ୟାଳୟ ର ଗୌରବ ଆଣିଥିଲେ ସେହି ଛାତ୍ରୀ ଙ୍କ କୃତିତ୍ୱ ପାଇଁ ପ୍ରିୟ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ଜେନା ନିଜସ୍ୱ ହାତପାଣ୍ଠିରୁ ୧୧୦୦୦ଟଙ୍କା ଆର୍ଥିକ ରାଶି ସହାୟତା କରିଥିଲେ। ଯାହାକି ବିଧାୟକ ଙ୍କ ଏହି ମହାନତା ବିଦ୍ୟାଳୟ ର ଅନ୍ୟ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଛଣମେରୀ ର ଯୁବ ସଂଗଠକ ଲିଲୁ କୁମାର ସାହୁ (ଜିଣ୍ଟୁ )ସମେତ ବହୁ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଶେଷରେ ଶିଶୁ ମାନଙ୍କ ଦ୍ୱାରା ଚିତାର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
