କୋଟପାଡ଼ ମହାବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ପାଳିତ
କୋଟପାଡ଼ (ଭଞ୍ଜଦୂତ)
କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା କୋଟପାଡ଼ ମହାବିଦ୍ୟାଳୟର ଆଜି ୪୬ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି,ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗୋଣ୍ଡ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ କୋଟପାଡ଼ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୂପୁ ଭତ୍ରା,ନବରଙ୍ଗପୁର ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ଏବଂ ଚନ୍ଦ୍ରଶେଖର ଦାଶ ଯୋଗ ଦେଇଥିଲେ,ଏହି କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ଼ଃ.ବିଜୟ କୁମାର ମିଶ୍ର ଯୋଗଦେଇଥିଲେ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଶେଷାନନ୍ଦ ମିଶ୍ର ଏହି ଉତ୍ସବର ସଭାପତିତ୍ୱ କରିଥିଲେ,ଏହି ବାର୍ଷିକ ଉତ୍ସବକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦର ଭାବେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଥିଲେ,ଏହି କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ମଞ୍ଚ ଉପରେ ସମ୍ମାନ କରାଯାଇଥିଲା,ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ଏହା ୪୬ ତମ ବାର୍ଷିକ ଉଚ୍ଚବ କାର୍ଯ୍ୟକ୍ରମ ନୁହଁ ବରଂ ୪ ଦଷଦିର ଗୋଟିଏ ସମାଗମ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ,ଆଜିର ଏହି କାର୍ଯ୍ୟକ୍ରମରେ କୋଟପାଡ଼ ମହାବିଦ୍ୟାଳୟର କାର୍ଯ୍ୟକ୍ରମ କୋଟପାଡ଼ ଅଧ୍ୟକ୍ଷଙ୍କୁ ସମସ୍ତଙ୍କ ଠାରୁ ସକ୍ରିୟ ଓ ଗତିଶୀଳ ଅଧ୍ୟକ୍ଷ ଭାବରେ ପୂର୍ବତନ ବିଧାୟକ ସ୍ବର୍ଗତ ସଦନ ନାୟକଙ୍କ ସ୍ମୃତି ଉଦେଶ୍ୟରେ ସସ୍ମିତା ନାୟକ ଓ ଗୁପ୍ତେଶ୍ୱର ନାୟକଙ୍କ ତରଫରୁ ସନ୍ନମାନୀତ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ସମସ୍ତ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ, ଶେଷରେ ଅଧ୍ୟାପିକା ମାଲବିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ
କୋଟପାଡ଼ ରୁ ଅଶ୍ବିନୀ କୁମାର ପଟ୍ଟନାୟକ
