ବାବା ବରୁଣେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ସାଙ୍ଗକୁ ମେଳା ବୁଲିବା ମଜା ବଡ଼ ନିଆରା
ଯାଜପୁର,/(ଭଞ୍ଜଦୂତ:ନିପ୍ର)ସରୋଜ କୁମାର ଧଳ
ଯାଜପୁର ଜିଲ୍ଲାର ପୁରାତନ ଶୈବ କ୍ଷେତ୍ର ମଧ୍ୟରୁ ବାବା ବରୁଣେଶ୍ଵର କ୍ଷେତ୍ର ଅନ୍ୟତମ । କେଉଁ ଆବାହନ କାଳରୁ ବିରାଜିତ ବାବା ବରୁଣେଶ୍ଵର ଙ୍କ ମହିମା ଅପାର ।
ପବିତ୍ର ମକର ସଂକ୍ରାନ୍ତି ଠାରୁ ପ୍ରାୟ ନଅ ଦିନ ଧରି ବାବାଙ୍କ କ୍ଷେତ୍ରରେ ମେଳା ଅନୁଷ୍ଠିତ ହୋଇଥାଏ
ବାବା ଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ରାଜ୍ୟର କୋଣ ଅନୁକୋଣ ରୁ ଛୁଟି ଆସିଥାନ୍ତି ଅସଂଖ୍ୟ ଶ୍ରଦ୍ଧାଳୁ ।ଏହି ମେଳାରେ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଆଗମନ ସହ ଖାଦ୍ୟ ଷ୍ଟଲଗୁଡିକରେ ଲୋକଙ୍କ ଭିଡ଼ ଜମୁଛି | ତେଣୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳାରେ ବିକ୍ରି ହେଉଥିବା ଖାଦ୍ୟର ଗୁଣବତ୍ତା ଓ ସ୍ଵଛତା ଯାଞ୍ଚ କରା ଯାଇଛି | ମୁଖ୍ୟତଃ ଫାଷ୍ଟଫୁଡ ଷ୍ଟଲଗୁଡିକରେ ଟିକିନିଖି ଯାଞ୍ଚ କରାଯାଇଛି | ମେଳାରେ ବିକ୍ରି ହେଉଥିବା ପ୍ରାୟ ୧୭ କିଲୋ ବାସି ଅଖାଦ୍ୟକୁ ଚି଼ହ୍ନଟ କରି ନଷ୍ଟ କରାଯାଇଛି | ମେଳାରେ ଯେପରି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ବିକ୍ରି ହେବ ଲୋକେ ସଠିକ ମାନର ଖାଦ୍ୟ ପାଇବେ ସେ ଉପରେ ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆ ଯାଇଛି | ଏହାସହ ଉତ୍ତମ ମାନର ଖାଦ୍ୟ ବ୍ୟଞ୍ଜନ ବିକ୍ରି କରିବା ପାଇଁ ଦୋକାନୀ ମାନଙ୍କୁ ସଚେତନ କରା ଯାଇଛି |
