ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ସଙ୍କୁଳ ସ୍ତରୀୟ କବସ ବୁଲ୍ ବୁଲ
ଉତ୍ସବ
——+++———————-
ବ୍ରହ୍ମପୁର – ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣ ରେ, ବ୍ରହ୍ମପୁର ସଙ୍କୁଳ ସ୍ତରୀୟ କବ୍ସ୍ ବୁଲ ବୁଲଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ୭ ଟି ବିଦ୍ୟାଳୟ ର ମୋଟ ୧୨୦ ଜଣ cubs ଏବଂ ୧୩୭ ଜଣ ବୁଲବଲ୍ ଛାତ୍ର,ଛାତ୍ରୀ ଉତ୍ସାହର ସହ ଭାଗ ନେଇଥିଲେ। ଦିନିକିଆ ଏହି ଉତ୍ସବର ଉଦଘାଟନୀ ସମାରୋହରେ ବିଦ୍ୟାଳୟର ପ୍ରଭାରୀ ପ୍ରାଚାର୍ଯ୍ୟ Dr ନରେନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶୀର୍ବାଦ ପ୍ରଦାନ କରି ଥିଲେ। ପ୍ରଭାରୀ ପ୍ରଧାନ ଶିକ୍ଷକ ଶ୍ରୀ ବିଘ୍ନରାଜ ପାଣଗ୍ରାହୀ,ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ପୃଷ୍ଟି ଏଥିରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ।
ବିଭିନ୍ନ କାର୍ଯକ୍ରମ ସମୂହ ଗୀତ,ସମୂହ ନୃତ୍ୟ,ଲଘୁ ନାଟକ,ଏବଂ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେଇଥିଲା।
କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ,ଗୋପାଳପୁର ର ଶିକ୍ଷକ(ଏଲ ଓ ସି) ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା ଯୋଗଦେଇଥିଲେ।
ଏହି ଉତ୍ସବରେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ସମୁହାଗାନ ଏବଂ ସମୂହ ନୃତ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,ଲଘୁ ନାଟକ ରେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା।
ଉତ୍ସବରେ ନୃତ୍ୟ ଓ ସଙ୍ଗୀତ ର ବିଚାରକ ଭାବେ ଶ୍ରୀ ମାନସ ରଞ୍ଜନ ରଥ ଏବଂ ସୁଶ୍ରୀ ଆୟେଶ ପାତ୍ର ଯୋଗଦାନ କରିଥିଲେ।ଶ୍ରୀସୁବୋଧ ପଟ୍ଟନାୟକ ଓ ଶ୍ରୀ ମନୋଜ ଦଣ୍ଡପାଟ ନାଟକର ବିଚାରକ ଏବଂ ଶ୍ରୀ ପୃଥ୍ବୀରାଜ ମହାପାତ୍ର ଚିତ୍ରକଳା ର ବିଚାରକ କାର୍ଯ୍ୟ ତୁଲାଇ ଥିଲେ।
କାର୍ଯ୍ୟକ୍ରମ ର ଶେଷରେ ପ୍ରଭାରୀ ପ୍ରଧାନ ଶିକ୍ଷକ ପୁରସ୍କାର ବିତରଣ କରିବା ସହ ଧନ୍ୟବାଦ ଅର୍ପଣ କରି ଥିଲେ
