ମୣତକଙ୍କ ପରିବାର କୁ ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ଓଡିଶା ରାଷ୍ଟ୍ରୀୟ ସଂଘ।
ରଘୁନାଥପୁର(ନି. ପ୍ର): ରଘୁନାଥପୁର ନିକଟସ୍ଥ ସିର୍ଲୋ ପଞ୍ଚାୟତ ର ଗଗନ ଭୋଇ ନାମକ ଜଣେ ବ୍ୟକ୍ତି ବହୁଦିନ ଧରି କୀଡୀନି ରୋଗରେ ପୀଡିତ ହୋଇଥିଲେ। ତାଙ୍କ ର ଗତ ଡିସେମ୍ବର ମାସରେ ଦେହାନ୍ତ ହୋଇଥିଲା। ଏହି ଦୁଖଃଦ ଖବର ଶୁଣି ଓଡିଶା ରାଷ୍ଟ୍ରୀୟ ସଂଘ ର ସଭାପତି ଇଂ ଗିରିଜା ଶଙ୍କର ପତି ସ୍ବର୍ଗତ ଗଗନ ଭୋଇଙ୍କ ବାସଭବନରେ ପହଂଚି ତାଙ୍କ ଧର୍ମ ପତ୍ନୀ ଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପରିବାରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ମହତ କାର୍ଯ୍ୟ ରେ କୃଷକ ନେତା ଦେବୀ ପ୍ରସାଦ ପତୀ, ସେବକ ଶ୍ରୀକାନ୍ତ ବେଉରା, ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ଏସ କେ କଲିମୁଲ୍ଲା ଓଡିଶା ବିକଳାଙ୍ଗ ମଞ୍ଚ କଟକ ସଭାପତି ଦୁଲାଲ ଭୋଇ ଯୁବ ସାମ୍ବାଦିକ ପବିତ୍ର ଦାଶ,ଯୁବ ସାମାଜିକକର୍ମୀ ତପନ ନାୟକ, ଚନ୍ଦନ ସେନାପତି ଓ କ୍ଷୀରୋଦ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି ମହାନ କାର୍ଯ୍ୟପାଇଁ ସଭାପତି ଇଂ ଶ୍ରୀ ପତି ଙ୍କୁ ଅଞ୍ଚଳ ପକ୍ଷରୁ ସାଧୁବାଦ ଦିଆଯାଇଛି।
