ରଘୁନାଥଜୀଉ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍ଣ୍ଣ।
ରଘୁନାଥପୁର(ନି.ପ୍ର),: ରଘୁନାଥପୁର ବ୍ଲକ ତାରପୁର ମହାନଦୀ କୂଳରେ ପ୍ରତିଷ୍ଠା ହୋଇଥିବା ରଘୁନାଥଜୀଉଙ୍କ ପୀଠରେ ଶ୍ରୀରାମ ମନ୍ଦିର ପୂଜା କମିଟି ପକ୍ଷରୁ ତିନିଦିନ ଧରି ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପର୍ଣ୍ଣ ହୋଇଛି। ଗତ ଶନିବାର କଳସ ଯାତ୍ରା ହୋଇ ଘଟ ସ୍ଥାପନ ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ ହୋଇଥିଲା। ରବିବାର ଆହୁତି ପ୍ରଦାନ,ସୂର୍ଯ୍ୟପୂଜା,ଗୋପୁଜା,ରୁଦ୍ରା ଭିସେକ ଓ ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା ବେଳେ ହଜାର ହଜାର ଭକ୍ତ ଆନନ୍ଦରେ ଉପଭୋଗ କରିଥିଲେ। ସୋମବାର ବିଳମ୍ବିତ ରାତିରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଥିଲା। ଏହି ଅନୁଷ୍ଠାନ ରେ କର୍ତ୍ତା କର୍ତ୍ତି ଭାବେ ସୁଶାନ୍ତ ପରିଡା ଓ ତାଙ୍କ ପତ୍ନୀ ସୌଭାଗିନି ପରିଡା ଦାୟୀତ୍ବ ନିର୍ବାହ କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା ବେଳେ କମିଟି ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ବି କରାଯାଇଥିଲା। ଭକ୍ତ ମାନେ ଯଜ୍ଞସ୍ଥଳ ପରିଦର୍ଶନ କରି ବିଭୁକୃପା ଲାଭ କରିବା ସହ ପ୍ରବଚକଙ୍କ ବାଣିକୁ ଶ୍ରବଣ କରିଥିଲେ। ଉପସ୍ଥିତ ସମସ୍ତ ଭକ୍ତ ମାନଙ୍କ ପାଇଁ ତିନି ଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରି ସହାୟତା ପ୍ରଦାନ କରିଥିଲେ।
