ଜଗନ୍ନାଥ ପୁର ଉଚ୍ଚାବିଦ୍ୟାଳୟରେ ପ୍ରଥମ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ପି.ଏମ ଶ୍ରୀ ସରକାରୀ ଉଚ୍ଚ ବିଦାୟଳ ଜଗନ୍ନାଥପୁର ତୀରଣ ଠାରେ ବିଦ୍ୟାଳୟ ସ୍ତରୀୟ ପ୍ରଥମ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଜେନାଙ୍କ ତତ୍ତ୍ୱଅବଧାନ ରେ ଆୟୋଜିତ ସଭାରେ ବିଶ୍ୱମ୍ବର ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର କଳ୍ପନା ତପସ୍ବିନୀ ନାୟକ, , ମୁଖ୍ୟବକ୍ତା ହୃଦାନନ୍ଦ ସ୍ୱାଇଁ, ସମ୍ମାନୀତ ଅତିଥି ସରପଞ୍ଚ ସୁଶାନ୍ତ କୁମାର ନାୟକ, ପଞ୍ଚଶିକ୍ଷା ସେତୁ କମିଟିର ସଭାପତି ଜଗନ୍ନାଥ ଖଣ୍ଡୁଆଳ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ବିଦ୍ୟାଳୟର ପରିସରରେ ଥିବା ତିନୋଟି ପ୍ୟାଭିଲିୟନ ରେ ସମୁଦାୟ 50 ଟି ପ୍ରୋଜେକ୍ଟ ଷ୍ଟଲ ପଡିଥିଲା l
