ପିପୁଲ କେୟାର ଫାଉଣ୍ଡେସନ ତରଫରୁ ଖାଦ୍ୟ ଓ ଶୀତବସ୍ତ୍ର ବଣ୍ଟନ
ତା-୦୨/୦୧/୨୦୨୬
ଦଶରଥପୁର
Reporter -Manas Kumar sahoo
ଦଶରଥପୁର ବ୍ଲକ ସ୍ଥିତ ମଲ୍ଲୀକାପୁର ଠାରେ ଥିବା ଲକ୍ଷ୍ମୀନାରାୟଣ ବୃଦ୍ଧାଶ୍ରମରେ ଇଂରାଜୀ ନୂତନ ବର୍ଷ ଅବସରରେ ପିପୁଲ କେୟାର ଫାଉଣ୍ଡେସନ(ଭୁବନେଶ୍ୱର)ର ବିଂଝାରପୁର ଶାଖା ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା. ଅନ୍ତେ ବାସୀଙ୍କ ଲାଗି ପିପୁଲ କେୟାର ପରିବାର ପକ୍ଷରୁ ଶୀତ ବସ୍ତ୍ର ଓ ଖାଦ୍ୟ ବଣ୍ଟନ ହୋଇଥିଲା ଫାଉଣ୍ଡେସନର ଅଧକ୍ଷ ସୁଶାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଫାଉଣ୍ଡେସନର ଉପଧ୍ଯକ୍ଷା ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ସମ୍ପାଦକ ଉଦୟନାଥ ଜେନା, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା, ବାଙ୍ଗରା ପଞ୍ଚାୟତ ସରପଞ୍ଚ ଜ୍ଞାନ ରଞ୍ଜନ ଜେନା, ଲକ୍ଷ୍ମୀ ନାରାୟଣ ଭିନ୍ନକ୍ଷମ ଥଇଥାନ ଓ ଚିକିତ୍ସା କେନ୍ଦ୍ରର ପରିଚାଳିକା ଶ୍ଵେତା ମଲ୍ଲିକ, ସମ୍ବାଦଦାତା ତଥା ଫାଉଣ୍ଡେସନର ସଭ୍ୟ ଭାଗିରଥି ଜେନା ପ୍ରମୁଖ ଯୋଗଦେଇଥିଲେ | ବୃଦ୍ଧାଶ୍ରମର ୩୦ ଜଣ ଅନ୍ତେବାସୀ ଓ ମଲ୍ଲୀକାପୁର ପଞ୍ଚାୟତର ୧୩ ଜଣ ଅନ୍ୟ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର (କମ୍ବଳ) ବଣ୍ଟନ କରାଯିବାସହ ମଧ୍ୟାହ୍ନରେ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା | ଏଥିରେ ଫାଉଣ୍ଡେସନ ପକ୍ଷରୁ ରଶ୍ମି ରଞ୍ଜନ ସ୍ୱାଇଁ ଓ ଶିଶିର ଦାସ, ପର୍ଶୁରାମ କରିଙ୍କ ସହ ଅନ୍ୟ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ. ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଥିଲା.
