ଏନ.ଏସ.ଏସ ର ସ୍ଵତନ୍ତ୍ର ଶିବିର ଉଦଘାଟନ।
ବସ୍ତା:- (ନି ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଧୀନ ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟର ଏନ.ଏସ.ଏସ ର ସ୍ଵତନ୍ତ୍ର ଶିବିର ୩୦.୧୨.୨୦୨୫ ଉଦ୍ଘାଟିତ ହୋଇଥିବା ବେଳେ ଏହି ଶିବିର ୦୫.୦୧.୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରା ଉଦଘାଟନ କରିଥିଲେ। ସେ ତାଙ୍କର ବକ୍ତବ୍ୟରେ କହିଥିଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ଵ ଏବଂ ନେତୃତ୍ଵ ବିକାଶରେ ଏନ.ଏସ.ଏସ ର ଗୁରୁତ୍ଵ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଶାସନିକ ବାରସର ଶ୍ରୀ ହୃଦୟ ରଞ୍ଜନ ବେହେରା, ସ୍ବେଚ୍ଛାସେବକମାନଙ୍କୁ ସମୋଧିତ କରିଥିଲେ ଏବଂ ସେମାନଙ୍କୁ ସମାଜ ସେବାରେ ସକ୍ରିୟ ଭାବରେ ଅଂଶଗହଣ କରିବାକୁ ଉତ୍ସାହିତ କରିଥିଲେ। ବହୁ ସଂଖ୍ୟକ ଏନ.ଏସ.ଏସ ସ୍ୱେଚ୍ଛାସେବୀ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ। ଏହି ଉଦ୍ଦୀପନା ସ୍ଵତନ୍ତ୍ର ଶିବିରର ଏକ ସଫଳ ଆରମ୍ଭ ଥିଲା। ଏହି ଶିବିରରେ କାର୍ଯ୍ୟକ୍ରମ ଅଧିକାରୀ (ବାଳକ ୟୁନିଟ) ଶ୍ରୀ ପବିତ୍ର ବେହେରା ଏବଂ କାର୍ଯ୍ୟକ୍ରମ ଅଧିକାରିଣୀ (ବାଳିକା ୟୁନିଟ) ଶ୍ରୀମତି ସନ୍ତୋଶିନି ଆଚାର୍ଯ୍ୟ ଉପସ୍ଥିତ ଥିଲେ।
