*ନୂଆପଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ସରକାରୀ ଗୃହ କୁ ସ୍ଥାନାନ୍ତରିତ, ଶିକ୍ଷାଦାନ ଆରମ୍ଭ, ଖୁବ ଶୀଘ୍ର ଉଦ୍ଘାଟନ ହେବା ନେଇ ସ୍କୁଲ ପକ୍ଷ ରୁ ପ୍ରକାଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ସରକାରୀ ଗୃହ କୁ ସ୍ଥାନାନ୍ତରିତ ହୋଇଅଛି। ପୂର୍ବରୁ ନେସନାଲ ହାଇସ୍କୁଲ ପରିସର ମଧ୍ୟରେ ବିଦ୍ୟାଳୟ ପରିଚାଳିତ ହେଉଥିବା ବେଳେ ବର୍ତ୍ତମାନ ସିଲାଧା ଗ୍ରାମ ନିକଟସ୍ଥ ନିଜସ୍ଵ ସ୍କୁଲ ବିଲ୍ଡିଙ୍ଗ ରେ ଶିକ୍ଷାଦାନ ସେବା ଆରମ୍ଭ ହୋଇଅଛି। ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଅନେକ ଆନୁଷଙ୍ଗିକ ସୁବିଧା ଏବଂ ଏକ ଉଚ୍ଚ କୋଟୀର ବ୍ୟବସ୍ଥା ମଧ୍ୟରେ ଶିକ୍ଷାଦାନ ବିଦ୍ୟାର୍ଥୀଙ୍କ ଗୁଣବତ୍ତା ଶିକ୍ଷା ପ୍ରଭାବ ପଡ଼ିଥାଏ ବୋଲି ଆହ୍ବାନ କରିଛନ୍ତି।
ଶୀଘ୍ର ଉଦ୍ଘାଟନ ହେବା ନେଇ ସ୍କୁଲ ପକ୍ଷ ରୁ ପ୍ରକାଶ କରିଥିବା ବେଳେ ଶିକ୍ଷାଦାନ ସେବା ଆରମ୍ଭ ନେଇ ବିଦ୍ୟାର୍ଥୀ ମାନେ ବେଶ ଆନନ୍ଦିତ। କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆଜି ନୂତନ ବର୍ଷ ରେ ନୂତନ କେମ୍ପାସରେ ଶିକ୍ଷାଦାନ ନିଶ୍ଚିତ ରୂପେ ବିଦ୍ୟାର୍ଥୀଙ୍କ ଆଗ୍ରହ ଉତ୍ସାହ ଜାଗ୍ରତ ହେବ ବୋଲି ଆହ୍ବାନ କରିଛନ୍ତି। ଏହି ବିଦ୍ୟାଳୟ ସ୍ଥାନାନ୍ତର ଉତ୍ସବ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।
