ବିକଶିତ ଭାରତ ଜି ରାମ ଜି ସ୍ୱତନ୍ତ୍ର ଗ୍ରାମ ସଭା :
ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତରେ ବିକଶିତ ଭାରତ ଜି ରାମ ଜି ସ୍ୱତନ୍ତ୍ର ଗ୍ରାମ ସଭା ସରପଞ୍ଚ ମୁକୁନ୍ଦ ଭାରତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ,ନାଏବ ସରପଞ୍ଚ ସୁକାନ୍ତି ନାୟକ,ସମସ୍ତ ୱାଡ଼ ମେମ୍ବର, ଗ୍ରାମବାସୀ ତଥା ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିବା ଲକ୍ଷ୍ୟ କରାଯାଇଥିବା ବେଳେ, ବିକଶିତ ଭାରତ ଜି ରାମ ଜି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ବିଗତ ଦିନରେ ଥିବା ମନରେଗାରେ ରହିଥିବା ବିଭିନ୍ନ ତୃଟିକୁ ସଂଶୋଧନ କରାଯାଇ ବିକଶିତ ଭାରତ ଜି ରାମ ଜି ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ,ଏଥିରେ ମନରେଗା ଅପେକ୍ଷା ଅଧିକ ଲୋକେ ଖୁବ ଉପକୃତ ହେବେ ବୋଲି ଆଲୋଚନାର ମୁଖ୍ୟାଂଶ ରହିଥିଲା।।।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
