ମହେନ୍ଦ୍ର ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ।
ଗଜପତି (ଟିକି ଲିମା)
ଗ୍ରାମାଞ୍ଚଳ ରେ ଥିବା ଲୁକାୟତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ପାଇଁ ବିଭିନ୍ନ ମାଧ୍ୟମରେ ସରକାର ଓ ସ୍ଥାନୀୟ ପ୍ରଶାସନ ପ୍ରୟାସ କରିଥାନ୍ତି l ଚଳିତ ବର୍ଷ ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ହେବାକୁ ଥିବା ମହେନ୍ଦ୍ର ଉତ୍ସବ ର ପ୍ରସ୍ତୁତି ବୈଠକ ରାୟଗଡ ବ୍ଲକ ରେ ଥିବା ସଦଭାବନା ଗୃହରେ ଆଜି ଆୟୋଜିତ କରାଯାଇଛି l ଏହି ବୈଠକ ରେ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ସମସ୍ତ ଲୋକ ପ୍ରତିନିଧି, ସମସ୍ତ ଲାଇନ ଅଫିସର, ମିଡ଼ିଆ ବନ୍ଧୁମାନେ ଉପସ୍ଥିତ ଥିଲେ l ବୈଠକ ରେ ଆଗାମୀ ଜାନୁଆରୀ ମାସର 12 ଓ 13 ତାରିଖରେ ମହେନ୍ଦ୍ର ଉତ୍ସବ ହେବା ନେଇ ସ୍ଥିର କରାଗଲା l କିନ୍ତୁ ଦୁଃଖର ବିଷୟ ଗତ ବର୍ଷ କରାଯାଇଥିବା ଉତ୍ସବ ର କୌଣସି ତଥ୍ୟ ବା ବିବରଣୀ ଲୋକଲୋଚନ କୁ ଆଣିବାରେ ସମ୍ପୂର୍ଣ ଫେଲ ହୋଇଥିଲେ ସ୍ଥାନୀୟ ପ୍ରଶାସନ ଓ କମିଟି ବୃନ୍ଦ l ଅନେକ ଆଲୋଚନା ପରେ ଚକିତ ବର୍ଷ ର ମହେନ୍ଦ୍ର ଉତ୍ସବ ର ସବିବରଣୀ ତଥ୍ୟ ସପ୍ତାହ ଭିତରେ ଲୋକଲୋଚନ କୁ ଆଣିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାରିକ କହିଛନ୍ତି l ଚଳିତ ବର୍ଷର ଉତ୍ସବରେ ଜିଲ୍ଲା ବାହାର କଳାକlର ପରିବର୍ତ୍ତେ ସ୍ଥାନୀୟ ଲୋକ କଳାକୁ ପ୍ରାଧାନ୍ୟ ଦିଆଯାଇଛି l
