ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ
କଙ୍କଡ଼ାହାଡ଼ – ସତ୍ୟବାଦୀ ସେଠୀ, ଗୋକୁଳାନନ୍ଦ ବେହେରା
ଢେଙ୍କାନାଳ ଜିଲ୍ଳାର କଙ୍କଡ଼ାହାଡ଼ ବ୍ଲକ ବାମ ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ଯୁବାକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକ୍ସେସ ଟୁ ଜଷ୍ଟିସ ତରଫରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯକ୍ରମରେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ପଞ୍ଚାୟତର ସମସ୍ତ ବ୍ୟକ୍ତି ମାନଙ୍କୁ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଥିଲା । ବୈଠକରେ ଏହି ପଞ୍ଚାୟତର ପ୍ରାୟ 100 ଜଣ ପୁରୁଷ, ମହିଳା, ଅଙ୍ଗନୱାଡ଼ି କର୍ମୀ, ସିଆରପି ଯୋଗଦେଇଥିଲେ |
ଏହି କାର୍ଯ୍ୟକ୍ରମରେ ବାମ ପଞ୍ଚାୟତ ର ସରପଞ୍ଚ ଫକିର ଚରଣ ମହାନ୍ତ ଓ ସମିତି ସଭ୍ୟ ଲକ୍ଷ୍ମୀ ହେସା, ଆଭାର ରାକେଶ ମିଶ୍ର, ଚାଇଲ୍ଡ ଲାଇନ ର ସ୍ମୃତି ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ସରପଞ୍ଚ ବାଲ୍ୟବିବାହ ନିଷେଧ ଆଇନ ବିଷୟରେ ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ, ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା କରିଥିଲେ । ରାକେଶ ମିଶ୍ର ଓ ସ୍ମୃତି ସାହୁ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ଆଲୋଚନା କରିଥିଲେ |
ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିେଲ ବିଶ୍ଵ ଯୁବା କେନ୍ଦ୍ରର ମନିଷା ସ୍ୱାଇଁ । କାର୍ଯ୍ୟକ୍ରମର ସହଯୋଗ କରିଥିଲେ ପ୍ରକଳ୍ପ ସହଯୋଗୀ ପୂର୍ଣ୍ଣିମା ସାହୁ , ତପନ କୁମାର ପାତ୍ର , ସୁମିତ୍ରା ଦେହୁରୀ ।
