ରାସୋଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ପାଲିତ ।
ସ୍ଥାନ ଢେଙ୍କାନାଳ
ତାରିଖ 21/12/25
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ବର୍ଣ୍ଣାଢ଼୍ୟ ପରିବେଶରେ ଅତ୍ୟନ୍ତ ଭବ୍ୟ ଭାବେ ପାଳିତ ହୋଇଯାଇଛି। ଏହି ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ ଅଭିଭାବିକା, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶୁଭେଚ୍ଛୁକମାନେ ଉପସ୍ଥିତ ଥିଲେ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ତାଙ୍କ ଭାଷଣରେ ସରସ୍ୱତୀ ଶିଶୁମନ୍ଦିର ପରି ଶିକ୍ଷାନୁଷ୍ଠାନ ଗୁଡ଼ିକ ଦେଶ ଗଢ଼ାରେ ମୁଖ୍ୟ ଭୂମିକା ନିଭାଉଛନ୍ତି। ନୀତି, ଶିଷ୍ଟାଚାର, ଦେଶଭକ୍ତି ଓ ସଂସ୍କାର ଭିତ୍ତିକ ଶିକ୍ଷା ମାଧ୍ୟମରେ ସୁସଚେତନ ଓ ଦାୟିତ୍ୱବାନ୍ ନାଗରିକ ଗଢ଼ିଉଠନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷା ସହ ସମାଜ ପ୍ରତି ଦାୟିତ୍ୱବୋଧ ଧାରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ତାଙ୍କ ଭାଷଣରେ ଶିଶୁ ମନ୍ଦିର ସାରା ଭାରତରେ ସ୍ଥାପନପର ଠାରୁ ଆଜି ପର୍ଯ୍ୟନ୍ତର ଶିକ୍ଷା ଯାତ୍ରା, ସଫଳତା, ସଂସ୍କାର ଓ ସମାଜ ପ୍ରତି ଶିଶୁ ମନ୍ଦିରର ଅବଦାନ ବିଷୟରେ ଉଲ୍ଲେଖ କରିଥିବାବେଳେ ହିନ୍ଦୋଳ ବିଧାୟିକା ତିନି ଦଶକ ଧରି ସରସ୍ୱତୀ ଶିଶୁମନ୍ଦିର ଯେପରି ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର କରିବା ସହିତ ଜାତୀୟ ଶିକ୍ଷାନିତୀକୁ ପ୍ରଭାବିତ କରିଆସୁଛି, ସେ ସମ୍ପର୍କରେ ତଥ୍ୟ ରଖିଥିଲେ।ପ୍ରଧାନ ଆଚାର୍ଯ୍ୟ ପ୍ରତାପ ଚନ୍ଦ୍ର ରଥ ଶିଶୁମନ୍ଦିରର ଶିକ୍ଷା ପଦ୍ଧତି, ଅନୁଶାସନ ଓ ଛାତ୍ରଛାତ୍ରୀଙ୍କ ସାର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ପରିଚାଳନା କମିଟିର ସମ୍ପାଦକ ମନୋଜ କୁମାର ପତି ଶିକ୍ଷା ସହ ସଂସ୍କାର ଓ ଚରିତ୍ର ଗଠନର ମହତ୍ତ୍ୱ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶଭକ୍ତି ମୂଳକ ଗୀତ, ନୃତ୍ୟ ଓ ନାଟକ ପ୍ରଦର୍ଶିତ ହୋଇ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ପ୍ରଦାନ କରାଯାଇଥିଲା l ୧୦ମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ସିଂ ମଞ୍ଚ ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ରବିନାରାୟଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳା ନନ୍ଧ ବେହେରା ଙ୍କ ରିପୋଟ ଭଞ୍ଜଦୂତ ଖବର
