*ପରବର ତୃତୀୟ ସନ୍ଦ୍ଯା*
କୋରାପୁଟ,୨୦।୧୨:କୋରାପୁଟର ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ମହୋତ୍ସବର ୩ୟ ରଜନୀରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ କହିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୋରାପୁଟ ଜିଲ୍ଲା ପ୍ରଶାସକ ଦ୍ଵାରା ପରବ ୨୦୨୫ କୁ ବହୁତ ଭଲ ଭାବରେ ଆୟୋଜିତ କରାଯାଇଛି। ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ସଂସ୍ଥାର ବିକାଶ ଭରପୁର ମାତ୍ରାରେ ହୋଇଛି। ଏଠିକାର କଫି ଏବଂ ମିଲେଟ୍ ସାରା ବିଶ୍ବବିଖ୍ୟାତ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ କଫିକୁ ଭୁରି ଭୁରି ପ୍ରଶଂସା କରିବା ସହିତ କୋରାପୁଟ କଫି ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି। ଏହାକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବ୍ୟବସାୟ କରିବାରେ ଏକ କୀର୍ତ୍ତି ହାସଲ କରିପାରିଛି। ମନ୍ତ୍ରୀ ପରବ ପଡ଼ିଆରେ ଆୟୋଜିତ ପଲିଶ୍ରି ମେଳାରେ ବୁଲି ଏସଏଚଜି ମହିଳାଙ୍କ ଦ୍ବାରା ପ୍ରସ୍ତୁତି କରଯାଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଖାଇ ବହୁତ ପ୍ରଶଂସା କରିଥିଲେ। ଏବଂ ସେ କହିଥିଲେ ଯିଏ କୋରାପୁଟ ଆସିନାହିଁ ସେ ଓଡ଼ିଶା ର ଗର୍ବ ଅନୁଭବ କରିପାରିନାହିଁ ବୋଲି କହିଛନ୍ତି। ଏହି ଅବସରରେ ଜିଲ୍ଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସଭାପତିତ୍ବ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରସିଦ୍ଧ ଗାୟୀକା ଅସିମା ପଣ୍ଡା ଓ ଟିମ୍ ଗୋଟିଏ ପରେ ଗୋଟିଏ ଓଡିଆ ଓ ହିନ୍ଦି ଚଳଚ୍ଚିତ୍ରର ସଂଗୀତ ଗାନ କରିବା ସହ ନାଚିଥିଲେ। ଅସିମା ପଣ୍ଡାଙ୍କ ଗୀତରେ ତାଳ ଦେଇ ଗାଇବା ସହ ନାଚି ଥିଲେ ଦର୍ଶକ। ସେହିପରି ଭାବେ ଖୋର୍ଦ୍ଧାର ପାଇକ ଆଖଡା, ଜଗତସିଂପୁରର ରଣପା ନୃତ୍ୟ, କେରଳାର କାଲାରିପାୟଟୁ ନୃତ୍ୟ ପରିବେଶଣ କରିଥିଲେ। ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରବ ପଲ୍ଲିଶ୍ରୀ ମେଳାରେ ୫୩୬ ଗୋଟି ଷ୍ଟଲ ସ୍ଥାନିତ ହୋଇଛି। ପରବ ୨ୟ ଦିନ ରେ ୩.୨୮ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଗତ କାଲି ୨ୟ ଦିନ ପଲ୍ଲିଶ୍ରୀ ମେଳାରେ ୧୧୪୩୨୪୫୦ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ହ୍ୟାଣ୍ଟିକ୍ରାଫ୍ଟରେ ୧୦୬୭୬୦୦, ଜିଏମ-ଡିଆଇସି ମେଳାରେ ୪୩୬୦୦୦, ଖାଦ୍ୟ ଷ୍ଟଲ ରେ ୩୬୬୫୦୦୦ଟଙ୍କା, ମୀନାବଜାର ରେ ୧୨୫୬୦୦୦, କୃଷି ମେଳା ରେ ୪୬୬୮୦୦୦ ଟଙ୍କାର ବ୍ୟବସାୟ ହୋଇଛି। ସେହିପରି ଭାବେ ପ୍ରଥମ ଦିନରେ ପଲ୍ଲିଶ୍ରୀ ମେଳାରେ ୪୮୩୨୪୫୦ଟଙ୍କା ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ହ୍ୟାଣ୍ଟିକ୍ରାଫ୍ଟରେ ୬୨୪୮୫୦, ଜିଏମ-ଡିଆଇସି ମେଳାରେ ୩୮୬୦୦୦, ଖାଦ୍ୟ ଷ୍ଟଲ ରେ ୩୬୬୫୦୦୦ଟଙ୍କା, ମୀନାବଜାର ରେ ୮୩୪୦୦୦ ମୋଟ ୧୦୩୪୨୩୦୦ ଟଙ୍କାର ବ୍ୟବସାୟ ହୋଇଥିଲା । ପରବ ୨ ଦିନରେ ୩୨୮୬୭୩୫୦ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି।, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
