୨୭ ତମ ସର୍ବଭାରତୀୟ ମହାବୀର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ୟୁ ଏଣ୍ଡ ମି. କୁ ହରାଇଲା ୟୁନାଇଟେଡ୍ ଗଞ୍ଜାମ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) ::: ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଖେଳ ପଡିଆଠାରେ ୨୭ ତମ ସର୍ବଭାରତୀୟ ମହାବୀର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ୍ରେ ୟୁ ଏଣ୍ଡ ମି. ବାଲେଶ୍ୱରକୁ ହରାଇଲା ୟୁନାଇଟେଡ ଗଞ୍ଜାମ। ପ୍ରଥମେ ୟୁ ଏଣ୍ଡ ମି ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୫ ଓଭରରୁ ୧୭.୩ ବଲରେ ସମସ୍ତ ଉଇକେଟ୍ ହରାଇ ମାତ୍ର ୧୦୦ ରନ୍ ସଂଗ୍ରହ କରି ଥିଲା। ଏହାର ଜବାବରେ ୟୁନାଇଟେଡ୍ ଗଞ୍ଜାମ ୯.୫ ଓଭରରେ ମାତ୍ର ଗୋଟିଏ ରନ୍ ହରାଇ ୧୦୪ ରନ୍ କରି ବିଜୟୀ ହୋଇଥିଲା। ବିଜୟୀ ଟିମର ଅବଦୁଲ ଏମ ଖାନ୍, ୪.୩ ବଲ ବୋଲିଂ କରି ୧୦ ରନ୍ ଦେଇ ୪ଟି ଉଇକେଟ ନେଇଥିବାରୁ ଆଜିର ଖେଳରେ ମ୍ୟାନ ଅଫ ଦିମ୍ୟାଚ୍ ଘୋଷିତ ହୋଇଥିଲେ। କେ. ଈଶ୍ୱର ପ୍ରସାସ ୩୬ ବଲରୁ ୬୬ ରନ୍ କରିଥିବାରୁ ବେଷ୍ଟ ଷ୍ଟ୍ରାଇକର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ମ୍ୟାଚକୁ ଓସିଏ ପେନାଲ ଆମ୍ପାୟର ରଂଜନ କୁମାର ମହାନ୍ତି ଓ ଲଲାଟ କେଶରୀ ନନ୍ଦ ପରିଚାଳନା କରିଥିଲେ। ଯଦୁନାଥ ଜେନା, ବାସୁଦେବ ଜେନା ଭାଷ୍ୟକାର ଥିବାବେଳେ ବିଶ୍ୱନାଥ ଜେନା, ରାଜେଶ ଜେନା ଓ ପ୍ରତାପ ମଲ୍ଲିକ ସ୍କୋରର ଥିଲେ। ପ୍ରାରମ୍ଭରେ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ସରପଞ୍ଚ ଗଦାଧର ମହାପାତ୍ର ଉଦ୍ଘାଟନ କରିଥବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୟାଧର ନାୟକ ଓ ପବିତ୍ର ମହାପାତ୍ର ପିଞ୍ଜରାରୁ ବିହଙ୍ଗ ମୁକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ମୁକ୍ତିକାନ୍ତ ନାୟକ ଯୋଗଦେଇ ମ୍ୟାନ ଅଫ ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ସଭାପତି ଅଖିଳରାମ ଜେନା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ସଂପାଦକ ବୀରେନ୍ଦ୍ର ଜେନା, ମାନସ ବେହେରା, ସତ୍ୟବ୍ରତ ଖୁଣ୍ଟିଆ, ଶ୍ରୀକାନ୍ତ ମଲ୍ଲିକ,ସନାତନ ବାରକ, ଉତ୍ତମ କୁମାର ବେହେରା, ପ୍ରଶାନ୍ତ ଜେନା, ମାନସ ଜେନା, ହିମାଂଶୁ ବେହେରା, ରାଜକିଶୋର ଦେ ପ୍ରମୁଖ ଖେଳ ପରିଚାଳନାରେ ସହାୟତା କରିଥିଲେ।
