*ଦେହାଂଶ ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୭.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସ୍ଥିତ ଶ୍ରୀ ଅରବିନ୍ଦ ଦେହାଂସ ମନ୍ଦିର ପ୍ରତିଷ୍ଠା ଦିବସ ଭକ୍ତଙ୍କ ଦ୍ଵାରା ପାଳିତ ହୋଇଯାଇଛି ।ପ୍ରଥମେ ଆଧ୍ୟାତ୍ମିକ ପତାକାକୁ ସଭାପତି ମେଜର ଡଃ ରାମ ଚନ୍ଦ୍ର ମିଶ୍ର ଉତୋଳନ କରି ଦେହାଂସ ମନ୍ଦିରରେ ସାମୁହିକ ଧୂପ, ପୁଷ୍ପ, ଅର୍ପଣ ପରେ ନୀରବ ନାମ ଜପ ହୋଇଥିଲା । ଏକ ସଭାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର, ପ୍ରମାଣ ପତ୍ର ମୁଖ୍ୟ ଅତିଥି ଶ୍ରୀବତ୍ସ ବାରିକ, ସମ୍ପାଦକ ସବିତା ଅପା, ସଭାପତି ରାମ ଚନ୍ଦ୍ର ମିଶ୍ର, ଚୁମୁକି ଅପା, ଜିତେନ୍ଦ୍ର ବାରିକ, ଉମେଶ ବନଛୋର, ପାନଜଳି ବାନଛୋର୍, ରାଜଶ୍ରୀ ନାୟକ, ସୁମନ୍ତ ନାଏକଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ଅବକାଶରେ ଶ୍ରୀ ଅରବିନ୍ଦ ଓ ଶ୍ରୀ ମାଙ୍କ ସମ୍ବନ୍ଧୀୟ ପାଠଚକ୍ର ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷା ସୁନିତି ଅପାଙ୍କ ଦ୍ଵାରା ହୋଇଥିଲା । ଭେଲା, କୋମନା ଆଦି ସ୍ଥାନରୁ ମାତୃଭକ୍ତ ଦର୍ଶନ କରିଥିଲେ । ୨୦୦୩ ମସିହାରେ ଜିଲ୍ଲାର ଏକ ମାତ୍ର ଶ୍ରୀ ଅରବିନ୍ଦ ଦେହାନ୍ସ ମନ୍ଦିର ମହା ଆଡ଼ମ୍ବରରେ ପ୍ରତିଷ୍ଠା ହୋଇଥିଲା ।
