ମେରିଆବନ୍ଦଲୀ ଠାରେ ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମେରିଆବନ୍ଦଲୀ ଠାରେ ଉମା ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ମୁଣ୍ଡରାଗୁଡା ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନଙ୍କ ମିଳିତ ଅନୁକୂଲ୍ୟରେ ଗୋଷ୍ଠୀ ସଂପାଦିକା ଗୀତା ରଣାଙ୍କ ସଭାପତିତ୍ୱରେ ଏକ ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶକୁ ବିଶିଷ୍ଟ ସମାଜସେବୀ ଉଦ୍ଧବ ଚରଣ ସାହୁ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୁବ ସଂଗଠକ ପ୍ରଭାତ ଦାସ, ଜିପିଏଲଏଫ୍ ସଭାନେତ୍ରୀ ଶଙ୍ଖସିନୀ ପଣ୍ଡା, ନାରୀ ନେତ୍ରୀ ରଞ୍ଜିତା ସରାଫ, ଶିକ୍ଷୟତ୍ରୀ ସଂଯୁକ୍ତା ମୁଣ୍ଡ, ନମିତା ରାଣୀ ଦାସ ପ୍ରମୂଖ ଯୋଗଦାନ କରି ସରକାରଙ୍କ ବରିଷ୍ଠ ନାଗରିକ ଯୋଜନା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସଂପର୍କ ରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ କୁ ମୁଣ୍ଡରାଗୁଡା ଜିପିଏଲଏଫ୍ ସଭାନେତ୍ରୀ ଅଞ୍ଜଳି ମୁଣ୍ଡ ସଂଯୋଜନା କରିଥିବା ବେଳେ ଅହଲ୍ୟା ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରିୟବତୀ ପଟେଲ, ଭୁଞ୍ଜ ରଣା ଓ ସୁତୟା ରଣା ସାଧନ କର୍ମୀ ଭାବେ ଯୋଗଦାନ କରି ସରକାରଙ୍କ ଶିଶୁ ମହିଳା ସମ୍ବନ୍ଧୀୟ ଯୋଜନା ସଂପର୍କରେ ସମବେତ ସମାବେଶ କୁ ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମେରିଆବନ୍ଦଲୀ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଆସିଥିବା ବୟସ୍କ ବ୍ରୁଦ୍ଧ ବ୍ରୁଦ୍ଧା, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଅମ୍ରୁତ ମାତ୍ରୁ ପିତ୍ରୁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଏହାକୁ ସଭ୍ୟା ବିନୋଦିନୀ ପଟେଲ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସଂପାଦକ ଅବିନାଶ ମୁଣ୍ଡ, ଗିରିଜା ପ୍ରସାଦ ପଣ୍ଡା, ବସନ୍ତ ନାଏକ, ଅଙ୍ଗନବାଡି କର୍ମୀ ବାସନ୍ତୀ ମାଝି ଓ ସ୍ଥାନୀୟ ଗୋଷ୍ଠୀ ସହାୟିକା ସକ୍ରିୟ ସହଯୋଗ କରିଥିଲେ।
