କୁକୁର ମୁହଁ ରୁ ନବଜାତ କ ର ଖଣ୍ଡ ବିଖଣ୍ଡିତ ମୃତ୍ୟୁ ଦେହ ଉଦ୍ଧାର।
ସୋର:(ଭଞ୍ଜଦୂତ, ଭଞ୍ଜଦୂତ, ନିପ୍ର)::: ମଣିଷ କେତେ ନିଷ୍ଠୁର ହୋଇପାରେ ତାହା ଏହି ଘଟଣାକୁ ତର୍ଜମା କଲେ ଜଣା ପଡିବ। ଅଭାବ କରୁନ ଚିତ୍ର ଆସିଛି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସୋର ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧିନ ବାଲିଖତିରଣ ଚହଲା ପଡ଼ିଆରେ। କିଛି ବୁଲା କୁକୁର ଗୋଟିଏ ନବଯାତକ ର ମୁଣ୍ଡ ଓ ଗୋଡ ଗୋଡିକ ଖାଉଥିବାର ଗ୍ରାମ ବାସୀ ମାନେ ଦେଖିବାକୁ ପାଇ ଅନନ୍ତପୁର ଫାଣ୍ଡି କୁ ଜଣାଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଆଶାକର୍ମୀ ଙ୍କୁ ଡାକି ସ୍ଥାନୀୟ ଅଞ୍ଚଳରେ କେଇ ପିଲା ଜନ୍ମ ହୋଇଥିଲେ କି ନାହିଁ ପଚାରି ବୁଝୁଛନ୍ତି। ପୋଲିସ୍ ଶରିର ବିହୀନ ମଣ୍ଡ ଓ ଗୋଡ କୁ ଜବତ କରି ଉକ୍ତ ପଡ଼ିଆରେ ପୋତିଦେଇଥିବା ସୂଚନା ମିଳିଛି।
