ଜାତୀୟ ସ୍ତରୀୟ ପର୍ବ ପରବ ପାଇଁ ଜିଲ୍ଲା ପ୍ରଶାସନ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l
କୋରାପୁଟ,,,
ଆଜି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜାତୀୟସ୍ତରୀୟ ପର୍ବ ପରବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଜାତୀୟ ପର୍ବ ପରବ ପାଇଁ ଏକ ଖସଡ଼ା ପ୍ରସ୍ତୁତି କରିବା ସହ ସମସ୍ର ବିବରଣୀ ପ୍ରଦାନ କରିଥିଲେ l ପାଞ୍ଚ ଶହରୁ ଉର୍ଦ୍ଧ ଷ୍ଟଲ ଚଳିତ ବର୍ଷ ପରବ ରେ ଖୋଲା ଯିବା ଶହ ବିଭିନ୍ନ ପ୍ରକାର ପରମ୍ଫରିକ ଖାଦ୍ୟ ବି ପରଷା ଯିବାର ବ୍ୟବସ୍ଥା କରାଯାଇଛି ସେହିପରି ବନ୍ଦେ ମାତାର ର ଶହେବର୍ଷ ଉପଲକ୍ଷେ ଏକ ପ୍ରଦଶଣୀ ଆୟୋଜନ କରାଯିବା ସହ ଜନସାଧାରଣ ଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ପାଳ କହିଛନ୍ତି l ରାଜ୍ୟ ତଥା ଦେଶ ବାହାର କଳାକାରଙ୍କ କଳା ଏଠାରେ ଦେଖାଯିବ ସହ ସ୍ଥାନୀୟ କଳାକାର ଙ୍କ କଳା କୁ ବି ଏଠାରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି l ସ୍ୱତନ୍ତ୍ର ଧରଣ ର ଟ୍ରାଫିକ ବ୍ୟବସ୍ଥା ଚଳିତ ବର୍ଷ କରାଯାଇଛି ବୋଲି ସେ କହିଥିଲେ l ଚଳିତ ବର୍ଷ ଚାଳିଶ ହଜାର ରୁ ଉର୍ଦ୍ଧ ଜନସମlଗମ କୁ ଆଖିଆଗରେ ରଖି ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ବୋଲି ସେ କହିଥିଲେ l ଏପରିକି ରେକର୍ଡ ସଂଖ୍ୟକ ବ୍ୟବସାୟ ହେବା ସହ ପାଞ୍ଚ ଦିନ ଧରି ଏହି ଜାତୀୟ ସ୍ତରୀୟ ପରବ କୁ ବିପୁଳ ପରିମାଣରେ ଜନସାଧାରଣ ଆସି ଉପଭୋଗ କରିବାକୁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ବିଭିନ୍ନ ପ୍ରିଣ୍ଟ ଏବଂ ଇଲୋକ୍ଟରେନିକ ମିଡ଼ିଆ ର ପ୍ରତିନିଧି ସମେତ ଅତିରିକ୍ତ ଜିଲ୍ଲା ପାଳ ତପନ କୁମାର ନାୟକ ଜୟପୁର ଉପଜିଲ୍ଲାପାଳ ଜିଲ୍ଲା କାଯ୍ୟକାରୀ ସଂକୃତି ଅଧିକାରୀ ସୁଯ୍ୟ କାନ୍ତ ବେହେରା ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ର ଉପ ଅଧିକାରୀ ରାଧାରାଣୀ ସରକାର ସମେତ ବିଭାଗ ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲ, କୋରାପୁଟ ଜିଲ୍ଲା, ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
