*ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ଵାଲ ବୈଜ୍ଞ।ନିକ ପ୍ରଦର୍ଶନୀ ଉଦଘାଟିତ*
ବୌଦ୍ଧ-:-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ସରସରା ସ୍ଥିତ ପିଏମଶ୍ରୀ ବାବା ବାଦ୍ୟନାଥ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ଅଧକ୍ଷତା ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଅଧକ୍ଷ ଡ଼ି ଏ ଭି ମହାବିଦ୍ୟାଳୟ ଟିଟିଲାଗଡ଼ ଡ଼କ୍ଟର ଶିବ ପ୍ରସାଦ ବେହେରା,ସନମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଗାୟତ୍ରୀ ସାହୁ,ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଜା ପତି ପ୍ରମୁଖ ମଂଚାସୀନ ଥିଲେ। ଏହି ଵାଲ ବୈଜ୍ଞାନିକ ପରିଷଦ ଓ ବିଜ୍ଞାନ ମେଳା ରେ ବିକଶିତ ଭାରତ – ଆତ୍ମନିର୍ଭର ଭାରତ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଉପରେ ପର୍ଯ୍ୟବେଷିତ ମେଳା କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ପ୍ରମୁଖ ଫିତା କାଟି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି, ବକ୍ତା ଓ ସନମ୍ମାନିତଅତିଥି ବୃନ୍ଦ ପ୍ରଭୁ ଜଗନ୍ନାଥ ଙ୍କ ଠାରେ ଦୀପ ପ୍ରଜ୍ୱଳନ କରିଥିଲେ।ଉକ୍ତ ଉତ୍ସବ ରେ ଯୋଗ ଦେଇଥିବା ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥି ଏବଂ ଚାରିଜଣ ବିଚାରକ ଙ୍କୁ ଆୟୋଜକ କମିଟି ଅଧକ୍ଷ୍ୟ ତଥା ସଭାପତି ଟେମଲାଲ ଦୁବେ ସ୍ମୃତି ଫଳକ ଏବଂ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ଶ୍ରୀ ବେହରା ଡ଼ ଏ ପି ଜେ ଅବଦୁଲ କାଲା, ଆଇନ ଷ୍ଟାଇନ ଓ ଥୋମାସ ଆଲଭା ଏଡିସନ ଙ୍କ ଜୀବନ କିଛି ଘଟଣା ର ଉଦାହରଣ ଦେଇ ସାଧନ କଲେ ସଫଳତା ମିଳେ, ଆକାଶ କୁ ଛୁଇଁ ବାକୁ ହେଲେ ନିଜେ ରାସ୍ତା ଖୋଜିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପିଲାଙ୍କ ଭିତରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବାକୁ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ତାଙ୍କ ସଭାପତିତ୍ୱ ଅଭିଭାଷଣ ରେ ମାନବିକତା ବିହୀନ ବିଜ୍ଞାନ ବିପଦ ପୂର୍ଣ୍ଣ ଅଟେ ଏବଂ ବିଜ୍ଞାନକୁ ମାନବ କଲ୍ୟାଣ ରେ ଲଗାଇବାକୁ ପରାମର୍ଶ ଦେଇଥିଲେ।ବିଚାରକ ଭାବରେ ଅବସର ପ୍ରାପ୍ତ ଅଧକ୍ଷ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପ୍ରଶାନ୍ତ କୁମାର ମହାପାତ୍ର, ଅଧ୍ୟାପକ କୁନାଲ ପ୍ରିୟଦର୍ଶୀ ଛତ୍ରିଆ, ଅଧ୍ୟାପକ ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ ଡ଼ ପ୍ରଭୁଦତ୍ତ ହୋତା ଏବଂ ଅଧ୍ୟାପକ ଜବାହର ନୋବୋଦୟ ବିଦ୍ୟାଳୟ ପାଲଝାର କୈଳାସ ଚନ୍ଦ୍ର ଭୋଇ ଯୋଗ ଦେଇଥିଲେ।।ଏହି ବିଜ୍ଞାନ ମେଳା ପ୍ରଦର୍ଶନୀ ରେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ଆଦି ବ୍ଲକ ର ବାଲବୈଜ୍ଞାନିକ ପ୍ରଦର୍ଶନୀ ରୁ ୨୧ଟି ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରୁ ୧୮ ଟି ମୋଟ ୩୯ଟି ପ୍ରକଳ୍ପ ପଦର୍ଷିତ ହୋଇଥିଲା। ଏଥିରୁ ୭ ଟି ଉପ ବିଷୟ ବସ୍ତୁ ର ଶ୍ରେଷ୍ଠ ମନୋନୀତ ପ୍ରତିଯୋଗୀ ଆସନ୍ତା ୨୬, ୨୭ ଓ ୨୮ ତାରିଖ ରେ କେନ୍ଦୁଝର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବେବୋଲି ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ସୂଚନା ଦେଇଥିଲେ। ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚଳ।ନା କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଜା ପତି ଧନ୍ୟବାଦ ଜଣାଇଥିଲେ।ଏହି ବିଜ୍ଞାନ ମେଳା ରେ ବିଜ୍ଞାନଗାଇଡ଼ ଶିକ୍ଷକ, ପ୍ରଧାନ ଶିକ୍ଷକ,ବିଭିନ୍ନ କମିଟି ସଦସ୍ୟ,ସହକାରୀ ଶିକ୍ଷକ, ସି ଆର ସି ସି ପ୍ରମୁଖ ଉପସ୍ଥିତ ଥିଲେ।
