*ଖଡିଆଳ ସହର ମଧ୍ୟରେ ଦୋକାନ ଚୋରି ଘଟଣା ନେଇ ଖଡିଆଳ ପୋଲିସ ଙ୍କୁ ସଫଳତା, ଜଣେ ଅଭିଯୁକ୍ତ ଗିରଫ, ୩୦ ହଜାର ନଗର ଜବତ, ଦୁଇ ମୋବାଇଲ୍ ଗୋଟିଏ ସିଆଇ ସିଏଲ୍ ଜବତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ମଧ୍ୟରେ ଦୋକାନ ଚୋରି ଘଟଣା ନେଇ ଖଡିଆଳ ପୋଲିସ ଙ୍କୁ ସଫଳତା, ଜଣେ ନାବାଳକ ଅଭିଯୁକ୍ତ ଗିରଫ ଶୁଭମ୍ ଜେନା ଖଡିଆଳ ଶାନ୍ତିନଗର ବୋଲି ଜଣାପଡିଛି। ତାଙ୍କ ଠାରୁ ୩୦ ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ , ଦୁଇ ମୋବାଇଲ୍ ଜବତ ହୋଇଅଛି। ଗତ ୧୦ ତାରିଖ ଦିନ ଖଡିଆଳ ୱାର୍ଡ ନମ୍ୱର୍ ୬ ରେ ରୋହିତ ପୂଜା ଭଣ୍ଡାର ରେ ରାତ୍ରି ରେ ଦୋକାନ ସଟର ଭାଙ୍ଗି ଚୋରି କରିଥିଲେ। ଦୋକାନ ରୁ ୪୦ ହଜାର ଟଙ୍କା ଚୋରି କରିଥିବା ବେଳେ ସି ସି ଟିଭି ଫୁଟେଜ ରୁ ଅଟକ ରଖି ପଚରା ଉଚରା କରିଥିଲେ। ଘଟଣା ସ୍ବୀକାର କରିବା ପରେ ପୋଲିସ ଗିରଫ କରି ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ କୁ ଚାଲାଣ କରିଥିଲେ ।ଏହି ଘଟଣା ନେଇ ଖଡିଆଳ ଥାନା ୪୦୮/୨୦୨୫ ରେ ଏକ ମାମଲା ରୁଜୁ ହୋଇଅଛି। ଘଟଣାର ଦୁଇ ଦିନ ପରେ ଚୋର କୁ ଧରିବାରେ ସଫଳ ହୋଇଥିବା ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ପ୍ରକାଶ କରିଛନ୍ତି।
