ଚିନ୍ମମୟ ମିଶନ ବ୍ରହ୍ମପୁର ଆୟୋଜିତ ଭକ୍ତି କି ଶକ୍ତି ପ୍ରବଚନ କାର୍ଯ୍ୟକ୍ରମ।
ବ୍ରହ୍ମପୁର-.
ସ୍ଥାନୀୟ ଟାଟାବେଞ୍ଜ ରୋଡ ସ୍ଥିତ କେ ସି ପବ୍ଲିକ ସ୍କୁଲ ପରିସରରେ ବ୍ରହ୍ମପୁର ଚିନ୍ମମୟ ମିଶନ ଆୟୋଜିତ ୬ ଦିନିଆ ପ୍ରବଚନ କାର୍ଯ୍ୟକ୍ରମ କୁ ଉଦଘାଟନ କଲେ ସ୍ୱାମୀ ଅଭେଦାନନ୍ଦ ( ଚିନ୍ମମୟ ମିଶନ ଦକ୍ଷିଣ ଆଫ୍ରିକା,ବିଶ୍ୱ ଶାନ୍ତି ପୁରସ୍କାର ପ୍ରାପ୍ତ ),ରାଉରକେଲା ଚିନ୍ମମୟ ମିଶନ ର ସ୍ୱାମୀ ନିଲିପ୍ତାନନ୍ଦ,ବ୍ରହ୍ମପୁର ଚିନ୍ମମୟ ମିଶନ ର ସ୍ୱାମୀ ସଦାଶିବନନ୍ଦ ଜୀ ଙ୍କ କରକୋମଳ ରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କୁ ପୁଷ୍ପମାଲ୍ୟ,ଅର୍ଘ୍ୟ ଦୀପ,ଧୂପ ସମର୍ପଣ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏହି ଆଧ୍ୟାତ୍ମିକ ପ୍ରବୋଚନ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ର ବହୁ ଚିନ୍ମମୟ ମିଶନ ର କାର୍ଯ୍ୟକର୍ତ୍ତା,ବୁଦ୍ଧିଜୀବୀ,ଛାତ୍ର,ଛାତ୍ରୀ,ମହିଳା ଉପସ୍ଥିତ ଥିଲେ ଏହି ଅବସରରେ ସୁଦୂର ଦକ୍ଷିଣ ଆଫ୍ରିକା ରୁ ଆସିଥିବା ସ୍ୱାମୀ ଅଭେଦାନନ୍ଦ ଜୀ ବ୍ରହ୍ମପୁର ସହର ରେ ଜିଜ ଜୀବନ ବ୍ୟାପି ଚିନ୍ମମୟ ମିଶନ କୁ ସମର୍ପଣ କରିଥିବା କିଛି ବ୍ୟକ୍ତି ସନ୍ନମାନିତ କରିଥିଲେ ଚିନ୍ମମୟ ମିଶନ ବରିଷ୍ଠ କାର୍ଯ୍ୟକର୍ତ୍ତା ଡ଼ ଲକ୍ଷ୍ମୀ ବାଇ ଙ୍କ ତ୍ୟାଗ ଓ ସମର୍ପଣ ପାଇଁ ସ୍ୱାମୀ ତାଙ୍କରି ନିରାମୟ ଓ ଦୀର୍ଘାୟୁ ଜୀବନୀ କାମନା କରିଥିଲେ।
ସ୍ୱାମୀ ନିଜ ପ୍ରବୋଚନ ରେ ପ୍ରକାଶ କରିଥିଲେ ଜେ ଆଜି କାଲି ଯାହା ହେଉଛି ତାହା ଏକ ଶକ୍ତି (ଭଗବାନ ) ଦ୍ୱାରା ପରିଚାଳିତ ରେ ହେଉଛି ଏଣୁ ଆମେ ସମସ୍ତ ମାନବ ସମାଜ ଭଗବତ ପ୍ରେମୀ ହୋଇ ଭଗବାନ ଙ୍କ ଠାରେ ସମର୍ପିତ ହେବା ଆବଶ୍ୟକ ଅଛି ଦୈନନ୍ଦିନ ଜୀବନ ରେ ଯାହା ସବୁ ଘଟୁଛି ତାହା ଏକ ଶକ୍ତି ଦ୍ୱାରା ହେଉଛି ଏକ ଉଦାହରଣ ଦେଇ ସ୍ୱାମୀ କହିଥିଲେ ଯେ ଜଣେ ସାଧୁ ରାଜସ୍ତାନ ର ମରୁଭୂମି ରେ ପ୍ରବଳ ଶୀତ ରେ ଥରୁ ଥିଲେ ଏହି ସମୟରେ ଜଣେ ରାଜା ସେହି ରାସ୍ତାରେ ଏହା ଦେଖି ସାଧୁ ଙ୍କୁ ଏକ କମ୍ବଳ ଦେଇ ଚାଲିଗଲେ ତା ପରେ ଦଳେ ଡକାୟତ ସେହି ରାସ୍ତାରେ ସାଧୁ ଦେଖି ତାଙ୍କରି କମ୍ବଳ ନେଇଯାଇଥିଲେ ଏହା ପରେ ସାଧୁ ବୁଝି ପାରିଲେ ଯେ ଭଗବାନ ଦେଇଥିଲେ ଓ ନେଇଗଲେ ଏଣୁ ଯାହା ସବୁ ଘଟୁଛି ସବୁ ଭଗବାନ ଦ୍ୱାରା ହୋଉଛି ଏହାର ତତ୍ୱ ହେଲା ଆମେ ଦୁଃଖ ସମୟରେ ଭଗବାନ ଙ୍କୁ ଦୋଷ ଦେବା ନାହିଁ ସୁଖ ସମୟରେ ଭାବବିହଳ ହୋଇ ଭଗବାନ ଙ୍କୁ ଭୁଲି ଜୀବନାହିଁ
ନିଜ ର କର୍ମ ସହିତ ଭଗବାନ ଠାରେ ବିଶ୍ୱାସ ରଖି କାର୍ଯ୍ୟ କରିଚାଲିବା ଆବଶ୍ୟକ ଅଛି। ଏହି କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ଚିନ୍ମମୟ ର ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ।
