ପୈରପାଳିକା କୁ ଭଡା ନଦେବାରୁ ,୫ ଦୋକାନ କୁ ସିଲ୍ କଲା ପ୍ରଶାସନ।
ସୋର:: (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)ପୌରପାଳିକାକୁ ଭଡ଼ା ନ ଦେବା ପଡ଼ିଲା ମହଙ୍ଗା। ୫ ଦୋକାନ ସିଲ କଲା ପ୍ରଶାସନ। ସରକାରୀ ଜାଗା ଜବରଦଖଲ ହେଉ ଅବା ସରକାରୀ ଦୋକାନ ଭଡ଼ା ନେଇ ଦୀର୍ଘ ଦିନ ହେବ ଭଡ଼ା ନ ଦେବା। ସରକାର କୌଣସିଥିରେ ଆଉ ନିସ୍ତାର ଦେଉ ନାହାନ୍ତି ଅମାନିଆ ବ୍ୟକ୍ତି ମାନଙ୍କୁ। ଏଇ ଯେମିତି ସୋର ପୌରପାଳିକା ପକ୍ଷରୁ ଦୀର୍ଘ ଦିନ ଧରି ଭଡା ଦେଇ ନ ଥିବା ଦୋକାନୀ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୀର୍ଘ ୨ ବର୍ଷରୁ ଅଧିକ ଦିନ ହେବ କେତେକ ଦୋକାନୀ ଭଡା ଦେଇନଥିବାରୁ ଗତ ୧୧ ତାରିଖ ମଧ୍ୟରେ ଭଡା ନ ଦେଲେ ଦୋକାନ ସିଲ କରିବାକୁ ନୋଟିସ ଓ ଡେଙ୍ଗୁରା ମାଧ୍ୟମରେ ଅବଗତ କରାଯାଇଥିଲା। ଏହି ସମୟ ମଧ୍ୟରେ କିଛି ଦୋକାନୀ ଭଡା ଦେଇଥିବା ବେଳେ ଅନେକ ଦୋକାନୀ ଭଡା ଦେଇନଥିଲେ। ଫଳରେ ଆଜି ମଧ୍ୟାହ୍ନରେ ସୋର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ,ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ସୋର ପୁଲିସ ସହଯୋଗରେ ଟଙ୍କା ବାକି ରଖିଥିବା ଦୋକାନରେ ପହଞ୍ଚି ୫ଟି ଦୋକାନକୁ ସିଲ କରିଥିବା ଜଣାପଡିଛି।
