ସରଶଙ୍ଖରେ ଧର୍ମପରାୟଣା ମହିଳାଙ୍କ ୮୩ ବର୍ଷରେ ପରଲୋକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଜନ୍ମ ପରେ ମୃତ୍ୟୁ। ଏହା ହିଁ ଚିରନ୍ତନ ସତ୍ୟ। ମାତ୍ର କେତକ ବ୍ୟକ୍ତି ବଂଚିଥିବା ସମୟରେ ଏମିତି କିଛି କର୍ମ କରିଥାନ୍ତି ଯେଉଁଥି ପାଇଁ ସେମାନେ ସମାଜରେ ସବୁ ଦିନ ପାଇଁ ଚିର ମାନସ ପଟ୍ଟରେ ରହି ଯାଆନ୍ତି। ଏହିପରି ସୋର ବ୍ଲକ ସରଶଂଖ ଗ୍ରାମର ଜଣେ ଧର୍ମପରାୟଣା ମହିଳାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏହି ଗ୍ରାମର ହରେକୃଷ୍ଣ ମିଶ୍ରଙ୍କ ଧର୍ମପତ୍ନୀ ମାଳତୀ ମିଶ୍ର ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସଧୀନ ଥିଲେ। ଗତ ବୁଧବାର ଦିନ ତାଙ୍କର ହଠାତ୍ ପରଲୋକ ହୋଇଯାଇଥିଲା। ତାଙ୍କ ୪ ପୁତ୍ର ଓ ପୁତ୍ରବଧୂ ଉପସ୍ଥିତ ଥିବା ବେଳେ ଝିଅ ଜ୍ୱାଇଁ ନାତିନାତୁଣୀ ମୃତ୍ୟୁ ଶଯ୍ୟା ପାଖରେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ହୋଇଥିବା ବେଳେ ତାଙ୍କ ପୁଅ ହେମନ୍ତ ମୁଖାଗ୍ନି ଦେଇଥିଲେ।
