ଗୋପାଳପୁର ଏନ୍ ଏସି ରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ
======================ବ୍ରହ୍ମପୁର
-ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଏମ୍ ଆଦମୀ ପାର୍ଟି ର ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ ଙ୍କ ନେତୃତ୍ଵରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଗୋପାଳପୁର ଏନ୍ ଏସି ର ବିଭିନ୍ନ କାର୍ଯ୍ୟ ରେ ଅନିୟମିତତା ସାଙ୍ଗ କୁ ଦୁର୍ନୀତି, ସରକାରୀ ଅର୍ଥ ବାଟମାରଣା ଜନପ୍ରତିନିଧି ଙ୍କୁ ଧମକ ଦେବା, ସରକାରୀ ତଥ୍ୟ ପ୍ରଦାନ କରିବାରେ ଅବହେଳା କରିବା ଭଳି ସଙ୍ଗୀନ ଅଭିଯୋଗ କରାଯାଇଛି l ଏଥିରେ ଜିଲ୍ଲା ସଭାପତି ସୁବାସ ରାଉତ, ସମ୍ପାଦକ ଆଦିତ୍ୟ ରଥ,,ବ୍ରହ୍ମପୁର ମହାନଗର ସଭାପତି ସି.ହରପ୍ରସାଦ, ଜିଲ୍ଲା ଉପସଭାପତି ଶିବ ରେଡ୍ଡୀ,ଯୁବ ସମ୍ପାଦକ କେ.ମନୋଜ ରେଡ୍ଡୀ,ଆଇନଜୀବି ଟି.ସତୀଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ, ଗୋପାଳପୁର ଏନ୍ ଏସି ର ବିଭିନ୍ନ ୱାର୍ଡ଼ରେ ନିର୍ମାଣ କାର୍ଯ୍ୟ ରେ ଅନିୟମିତତା,,ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା, ଆରଟିଆଇ ତଥ୍ଯ ପ୍ରଦାନ କରାଯାଉନଥିବା ନୀଳକଣ୍ଠ ରେଡ୍ଡୀ ଦୃଢ଼ତାର ସହ ଅଭିଯୋଗ କରିଛନ୍ତି l ଏଥି ସହିତ ଅତିରିକ୍ତ ଦାୟିତ୍ବ ରେ କାର୍ଯ୍ୟରତ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣୀଆ କୌଣସି ଅଭିଯୋଗ କୁ କର୍ଣ୍ଣପାତ କରୁନଥିବା କୁହାଯାଇଛି l ଯଦି ଏନ୍ ଏସି କତୃପକ୍ଷ ତୁରନ୍ତ ଏ ନେଇ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଗୋପାଳପୁର ଏନ୍ ଏସି କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଯୁବ ସଭାପତି ଶ୍ରୀ ନୀଳକଣ୍ଠ ରେଡ୍ଡୀ କହିଛନ୍ତି।
