*ନୂଆପଡ଼ା ଜିଲ୍ଲା ରେ ମଣ୍ଡି ସମସ୍ୟା, ମଣ୍ଡି ରୁ ଧାନ ଉଠାଇବା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ମଣ୍ଡି କୌଣସି ଅବ୍ୟବସ୍ଥା କୁ ଗ୍ରହଣ କରାଯିବ ନାହିଁ- ଜିଲ୍ଲାପାଳ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ରେ ମଣ୍ଡି ସମସ୍ୟା, ମଣ୍ଡି ରୁ ଧାନ ଉଠାଇବା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ମଣ୍ଡି କୌଣସି ଅବ୍ୟବସ୍ଥା କୁ ଗ୍ରହଣ କରାଯିବ ନାହିଁ ଏବଂ ସମ୍ପୃକ୍ତ ଅଧିକାରୀ ବ୍ୟକ୍ତି ଙ୍କୁ ଛଡା ଯିବା ନାହିଁ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ମଣ୍ଡି ଉଦ୍ଘାଟନ ହୋଇଥିବା ବେଳେ ମଣ୍ଡି ରେ ଧାନ ପଡ଼ି ରହିଅଛି। ଧାନ ଉଠାଣ ନେଇ ଚାଷୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଘେରାଉ କରି ଜିଲ୍ଲାପାଳ ଙ୍କୁ ସମସ୍ୟା ଜଣାଇଥିଲେ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଧାର କଟଣି ଛଟନୀ ବନ୍ଦ କରିବା, ମିଲର୍ସ ରାଜ୍ ବନ୍ଦ କରିବାକୁ ଆହ୍ବାନ କରିଥିଲେ। ମଣ୍ଡି ରୁ ଧାନ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା ହାତକୁ ନେବା ପାଇଁ ଆହ୍ବାନ କରିଛନ୍ତି।
