*ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ-୨୦୨୫ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବ ରେ ଖଡିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁଲାଣଙ୍କୁମାର ଝଙ୍କାର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ହେବା ପାଇଁ ବାହ୍ୟ ଶିକ୍ଷା ଆବଶ୍ୟକ ଉପରେ ଗୁରୁତ୍ବ ଦେଇଥିଲେ। ହାର ଏବଂ ଜିତ ଲାଗିରହିଥିବା, କ୍ରୀଡାବିତ ମନୋଭାବରେ ଖେଳ ପ୍ରଦର୍ଶନ କରିବାକୁ ମୁଖ୍ୟ ଅତିଥି କ୍ରୀଡାବିତ୍ ଙ୍କୁ ଆହ୍ବାନ କରିଛନ୍ତି। ବୈଠକ ରେ ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ କ୍ରୀଡା ଶିକ୍ଷକ କରଣ ଯୋହାର ତତ୍ୱବଧାନ ରେ ଅନୁଷ୍ଠିତ ହୋଇଅଛି। ସୁଭଦିପ ବିଶ୍ୱାସ, ଆର୍ଯୁ ପୁନିଆ, ହରିପ୍ରିୟା ବାଗ, କୁନ୍ଦନ ସିଂ, ଶେଫାଳୀ, ଶଶାଙ୍କ କୁମାର, ସୁନିଲ କୁମାର, ନରେଶ ପଟେଲ ପ୍ରମୁଖ ସହାୟତା କରିଥିଲେ।
