*ହସ୍ତତନ୍ତ୍ ବୟନ ଓ ହସ୍ତ ଶିଳ୍ପ ବିଭାଗ ପକ୍ଷ ରୁ ୨ ମାସ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆରମ୍ଭ, ୱାର୍ଡ ନମ୍ୱର୍ ୮ ରେ ୧୫ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେବେ ତାଲିମ୍*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ହସ୍ତତନ୍ତ୍ ବୟନ ଓ ହସ୍ତ ଶିଳ୍ପ ବିଭାଗ ପକ୍ଷ ରୁ ୧୫ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆରମ୍ଭ ହୋଇଅଛି। ୨ ମାସିଆ ତାଲିମ ଗ୍ରହଣ କରିବେ। ୱାର୍ଡ ନମ୍ୱର୍ ୮ ର ୧୫ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେବେ ତାଲିମ୍। ଶିବିର ରେ ୨ ମାସ ପର୍ଯ୍ୟନ୍ତ ତାଲିମ୍ ନେବା ପରେ ମହିଳାମାନେ ସ୍ଵବଲମ୍ବୀ ଏବଂ ଆତ୍ମନିର୍ଭରଶିଳ ହେବେ ବୋଲି ଆଜି ଶିବିର ଆରମ୍ଭ ରେ ଅନୁଷ୍ଠିତ ସଭା ରେ ଅତିଥି ମାନେ ମତପୋଷଣ କରିଛନ୍ତି। ଅନୁଷ୍ଠିତ ସଭାରେ ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ମହିଳା ଙ୍କ ହାତରେ ଆର୍ଥିକ ମାନଦଣ୍ଡ ପର୍ଯ୍ୟବେଶିତ ହେଲେ ପରିବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି କହିଥିଲେ। ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଏବଂ ଜିଲ୍ଲା ଶିଳ୍ପ ଅଧିକାରୀ ଯୋଗ ଦେଇଥିଲେ। ୮ ଡିସେମ୍ବର ରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ସର୍ବ ଭାରତୀୟ ହସ୍ତଶିଳ୍ପ ସପ୍ତାହ ପାଳିତ ହୋଇଯାଇଛି।
