ବାରିପଦା ରେଳବାଇ ପାର୍କିଂ ଷ୍ଟାଣ୍ଡରେ ଧମକ–ଚମକ ଓ ଅଗ୍ନିକାଣ୍ଡ: ପୁରୁଣା ଏଜେନ୍ସୀଙ୍କ ପ୍ରରୋଚନାରେ ଦୁର୍ବୃତ୍ତ ଜାଲିଦେଲା ପାର୍କିଂ ଷ୍ଟାଣ୍ଡ।
ବାରିପଦା: ବାରିପଦା ରେଳବାଇ ଷ୍ଟେସନର ଦୁଇଚକିଆ ପାର୍କିଂ ଷ୍ଟାଣ୍ଡରେ ଗତ କିଛି ଦିନ ଧରି ଚାଲିଥିବା ଧମକ–ଚମକ ଶେଷରେ ଅଗ୍ନିକାଣ୍ଡର ରୂପ ନେଇଛି। ପୂର୍ବରୁ ଟେଣ୍ଡର ଧାରଣ କରୁଥିବା ଏଜେନ୍ସୀର ୨୫/୧୦/୨୫ ରିଖରେ ଟେଣ୍ଡର ଅବଧି ଶେଷ ହୋଇ ଯାଇଥିଲେ ଶୁଦ୍ଧା ଶୈଳଜା ସାମଲ ଏଜେନ୍ସୀ ପାର୍କିଂ ଖାଲି କରିନଥିଲା କିମ୍ବା ଦାୟିତ୍ଵରେ ଥିବା C.I ଙ୍କ ପକ୍ଷରୁ ପାର୍କିଂ ଖାଲିକରି ହ୍ୟାଣ୍ଡ ଅଭର କରାଯାଇନଥିଲା।ଯେବେ ୦୧/୧୨/୨୫ ରିଖ C.I ଙ୍କ ବହୁ ପ୍ରଚେଷ୍ଟାରେ ପାର୍କିଂ ଖାଲି କରିଥିଲେ ସୈଳଜା ସମଲ ଏଜେନ୍ସୀ। କିନ୍ତୁ କଥା ସେଇଠି କରିନଥିଲା ବାରମ୍ବାର ଯେତେବେଳେ ସେତେବେଳେ ଲୋକ ପଠାଇ ତ ପୁଣି କେତେବେଳେ ନିଜେ ବିଭିନ୍ନ ପ୍ରକାରର ଧମକ୍ ଦେଇଆସୁଥିଲା।ସୈଳଜା ସାମଲ ତାର ପୋଷା ଗୁଣ୍ଡା ଲଗାଇ ଅବୈଧ ଚାପ ସୃଷ୍ଟି କରୁଥିବା ଅଭିଯୋଗ ଉଠିଥିଲା। କେବଳ ଏତିକି ନୁହେଁ, ଏଜେନ୍ସୀ ପକ୍ଷରୁ ନିଜେ ମଧ୍ୟ ଅନେକ ଵାର ଖୋଲାଖୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।୦୮/୧୨/୨୫ ରିଖ ସଂଧ୍ୟା ୬.୩୦ରୁ ୭ଟା ମଧ୍ୟରେ ରଞ୍ଜିତ (ଶିଆଳ) ନାମକ ବ୍ୟକ୍ତି ହଠାତ୍ ପାର୍କିଂ ଷ୍ଟାଣ୍ଡକୁ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଷ୍ଟାଣ୍ଡକୁ ଜାଳିଦେବା ଓ ଷ୍ଟାଣ୍ଡ ସଂଚାଳକଙ୍କୁ ମାରିଦେବାର ସ୍ପଷ୍ଟ ଧମକ ଦେଇଥିବା ଅଭିଯୋଗ ହୋଇଛି।ଘଟଣା ପରେ RPF, GRP, C.I South east railway ଙ୍କୁ ଫୋନ୍ଯୋଗେ ସୂଚନା ଦିଆଯାଇଥିଲା।୦୮/୧୨/୨୫ ରିଖ ଘଟଣା ଘଟିବା ମାତ୍ରେ ବାରିପଦା ଟାଉନ I.I.Cଙ୍କୁ ଲିଖିତ ଅଭିଯୋଗ କରିଥିଲେ ପାର୍କିଂ ଷ୍ଟାଣ୍ଡର ସଂଚାଳକ କିନ୍ତୁ ତାହା ରେଳବାଇର କେଶ୍ କହି ଏତଲା ରଖିନଥିଲେ। ପରେ C.Iଙ୍କ ନିର୍ଦ୍ଦେଶ କ୍ରମେ ୦୯/୧୨/୨୫ରେ GRP ବାରିପଦାଙ୍କୁ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିଲା।କିନ୍ତୁ, ଅଭିଯୋଗ ପରେ ମଧ୍ୟ ଯଥାର୍ଥ ପଦକ୍ଷେପ ନ ହେବାର ଅଭିଯୋଗ ଉଠିଛି। ବିଭାଗୀୟ ଉଦାସୀନତାର ସୁଯୋଗ ନେଇ ୧୦/୧୨/୨୫ ରିଖ ରାତିରେ ପୂର୍ବତନ ଏଜେନ୍ସୀଙ୍କ ପ୍ରରୋଚନାରେ ଦୁର୍ବୃତ୍ତମାନେ ପାର୍କିଂ ଷ୍ଟାଣ୍ଡରେ ସତକୁ ସତ ଅଗ୍ନିକାଣ୍ଡ ଘଟାଇଛନ୍ତି। ଘଟଣାରେ ଅନେକ ଦୁଇଚକିଆ ଯାନ ଅଳ୍ପ–ବହୁତ ଭାବେ ଜଳି କ୍ଷତିଗ୍ରସ୍ତ ହୋଇଛି।ଅଗ୍ନିକାଣ୍ଡ ଦେଖି ବାରିପଦା ଅଗ୍ନିଶମ ବିଭାଗର ହେଲ୍ପଲାଇନ ନମ୍ୱର ୧୧୨ ରେ ଫୋନ୍ କରାଯାଇଥିଲା। ସୂଚନା ପାଇ ସେମାନେ ଅତିଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଘଟଣାକୁ ନେଇ ରେଳବାଇ ଯାତ୍ରୀ ଓ ସ୍ଥାନୀୟମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂତନ ଷ୍ଟାଣ୍ଡ ସଂଚାଳକ ସୁରକ୍ଷା ବୃଦ୍ଧି, ଦୁର୍ବୃତ୍ତମାନଙ୍କ ଗିରଫ ଓ ପୂର୍ବତନ ଏଜେନ୍ସୀଙ୍କ ଭୂମିକାର ତଦନ୍ତ ନିମନ୍ତେ ତୁରନ୍ତ ପଦକ୍ଷେପ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
