ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ କଳାହାଣ୍ଡି ଦ୍ୱାରା ୧୭୦ତମ ସହିଦ ରେଣ୍ଡୋ ମାଝୀ ସହିଦ ଦିବସ ପାଳନ
ଭବାନୀପାଟଣା-(କିଶନ ଶର୍ମା) – ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ, କଳାହାଣ୍ଡି ତରଫରୁ ୧୭୦ ତମ ସହିଦ ରେଣ୍ଡୋ ମାଝୀ ସହିଦ ଦିବସ ଜିଲ୍ଲା ସଭାପତି ସୁରେଶ ମାଝୀଙ୍କ ନେତୃତ୍ୱରେ ଭବାନୀପାଟଣା ଜେନାଖାଲ ପଡାରୁ ଏକ ବିରାଟ ରେଲିରେ ବାଜା ଓ ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ରଧରି ଭବାନୀପାଟଣା ଜେଲ ଛକ ଠାରେ ଥିବା ସହିଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ଦୀପ ଓ ପୁଷ୍ପମାଲ୍ୟ ଦେଇ ପୂଜା ଅର୍ଚ୍ଚନା ହେବା ସହ ବସଷ୍ଟାଣ୍ଡ ପାଖ ରେଣ୍ଡୋ ମାଝୀଙ୍କ ସ୍ମୃତି ସ୍ଥଳରେ ମଧ୍ୟ ପୂଜା ଅର୍ଚ୍ଚନା କରାଯାଇଥିଲା। ରେଲି ଘୋଡାଘାଟ ଛକରୁ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଥିବା ଡ. ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ଜିଲ୍ଲା ସଭାପତି ସୁରେଶ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୁପେ ଫୁଲବାଣୀର ବିଧାୟକ ପ୍ରାର୍ଥୀନୀ ମହିଳା ଆଦିବାସୀ ନେତ୍ରୀ କଳ୍ପନା କହଁର, ମୁଖ୍ୟବକ୍ତା ଆଇନଜିବୀ ତଥା କୁଇ ସମାଜର ନେତା କନ୍ଧମାଳ ପ୍ରଦୀପ କୁମାର କହଁର, ସମ୍ମାନୀୟ ଅତିଥି ରୁପେ ସଂଘର ଉପଦେଷ୍ଟା ଡମ୍ବରୁଧର ମାଝୀ, ଆଦିଷ୍କନ୍ଦ ସମାଜର ଜିଲ୍ଲା ସଭାପତି ସୁରେଶ ଭୋଇ, ଏ.ଓ.ଏସ୍.ସି.ଏଫ୍. ମହାସଚିବ ତଥା କାର୍ଯ୍ୟକାରୀ ସଭାପତି ଏମ୍.ବି.ଏମ୍.ଏମ୍. ଯତିନ୍ଦ୍ର କର, କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚ ଆବାହକ ସୁରେଶ ରାଓ, ସଂଘର ସାଧାରଣ ସଂପାଦକ ସୁକଦେବ ମାଝୀ, ଉପଦେଷ୍ଟା ରୂପକେଶରୀ ଦଳେଇ, ପରଜା ସଭାପତି ନବରଙ୍ଗପୁର ଭଗବାନ ଜାନୀ, କନ୍ଧମାଳ ଜିଲ୍ଲାର ଆଦିବାସୀ ନେତା ଦୟାନିଧି ମଲ୍ଲିକ, ପୂର୍ବତନ ପୋଲିସ ଅଧିକାରୀ ଡମୁ ପରଜା, କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ସଭାପତି ଗଣ ଜୁନାଗଡ ସୁପ୍ରସନ୍ନ ଭୋଇ, ଜୟପାଟଣା ଲିଙ୍ଗରାଜ ମାଝୀ, କଲମପୁର ଧନସାଏ ମାଝୀ, ଗୋଲାମୁଣ୍ଡା କୈଲାସ ଭୋଇ, କୋକସରା ମନିରାମ ଶବର, ଥୁଆମୂଳ ରାମପୁର ବଳଭଦ୍ର ଜାନୀ, ଧର୍ମଗଡ ପ୍ରେମଚାନ୍ଦ ମାଝୀ, ଭବାନୀପାଟଣା ଜଳନ୍ଧର ଜାନୀ, କେସିଙ୍ଗା ଦ୍ରୋଣ ମାଝୀ, କର୍ଲାମୁଣ୍ଡା ବବୃବାହାନ ଭୋଇ, ନର୍ଲା ଇନ୍ଦ୍ରମଣୀ ଜାନୀ ଏବଂ ମଦନପୁର ରାମପୁର ଧନସିଂହ ମାଝୀ, ଲାଞ୍ଜିଗଡ ପୁରାଣ ମାଝୀ, ଭବାନୀପାଟଣା ନଗର ଶ୍ରୀମତୀ ଭାଗ୍ୟବତୀ ମାଝୀ ତଥା ନାରୀନେତ୍ରୀ ସୁଶ୍ରୀ ରିନା ଭୋଇ, ନର୍ଲା ଏବଂ ମହେନ୍ଦ୍ର ଧଙ୍ଗଡାମାଝୀ ସାଧାରଣ ସଂପାଦକ ବି.ଏମ୍.ପି. କଳାହାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଓଡିଶା ମହାମହିମ୍ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ୧୪ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା। ସଭାରେ ସହିଦ୍ ରେଣ୍ଡୋ ମାଝୀଙ୍କର ଜିଲ୍ଲା ମୁଖ୍ୟାଳୟରେ ପ୍ରତିମୂର୍ତ୍ତି ସ୍ଥାପନ ସହ ସହିଦ୍ ରେଣ୍ଡୋ ମାଝୀଙ୍କ ସହିତ ସହିଦ୍ ହୋଇଥିବା ସ୍ୱାଧିନ ସଂଗ୍ରାମୀମାନଙ୍କୁ ଖୋଜି ସରକାରୀ ସ୍ୱୀକୃତି ଦେବା ପାଇଁ ଦାବୀ କରାଯାଇଥିଲା।
