ସୋର ବ୍ଲକରେ ମିଳିତ ଜନ ଶୁଣାଣି ଶିବିର ରେ ୧୧୯ ଟି ଅଭିଯୋଗ ର ଶୁଣାଣି ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର) ::: ସୋର ବ୍ଲକ ପରିସରରେ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ଵର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ , ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ୧୧୯ଟି ଅଭିଯୋଗର ଶୁଣାଣି କରିଥିଲେ। ସୋର ବ୍ଲକ ଓ ମୁନିସପାଲିଟର ୱାର୍ଡ ଓ ପଞ୍ଚାୟତରୁ ବିଭିନ୍ନ ବିଭାଗରେ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଆସନ୍ତା ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ବିଭିନ୍ନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ସମୟରେ ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ହେମନ୍ତ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଡ. ପ୍ରଭାତ କୁମାର ବେହେର ଙ୍କ ସମେତ ସୋର ତହସିଲଦାର ଦୈତାରି ମଲ୍ଲିକ, ସୋର ଥାନା ଅଧିକାରୀ ମୁକୁନ୍ଦ ମୁରାରି ପାତ୍ର , ପୈରପାଳିକା ଅଧିକାରୀ ବିଶ୍ଵ ରଞ୍ଜନ ପ୍ରଧାନ ତଥା ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ । ଜନଶୁଣାଣୀ ଶିବିର ପରେ ସୋର ସହରରେ ଦୀର୍ଘ ବର୍ଷ ଧରି ବେଆଇନ୍ ଭାବେ ଗଢ଼ି ଉଠିଥିବା ଘର , ହୋଟେଲ, ସ୍କୁଲ ଗୁଡିକରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ହେରଫେର ବାବଦରେ ସାମ୍ବାଦିକ ମାନେ ପଚାରିବାରୁ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଥିଲେ ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
