ବାଇକ ଦୁର୍ଘଟଣାରେଢ଼ାଖୋଲ ଓଟିଭି ସାମ୍ବାଦିକ
ମୃତ୍ୟୁ
ରେଢ଼ାଖୋଲ,….ବାଇକ ଦୁର୍ଘଟଣା ରେ ରେଢ଼ାଖୋଲ ଓଟିଭି ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ସୂଚନା ରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ପଂଚାୟତ ସମିତି ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀର ଖବର ସଂଗ୍ରହ ପାଇଁ ରେଢ଼ାଖୋଲ ଓଟିଭି ପ୍ରତିନିଧି ରମାକାନ୍ତ ମହାନନ୍ଦ ବାଇକରେ ଆସୁଥିବା ବେଳେ ରାଞ୍ଚି ବିଜୟ ୱାର୍ଡ଼ା ଜାତୀୟ ରାଜପଥ ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ପୋତା ଯାଇଥିବା ସିମେଣ୍ଟ ପୋଲରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନାକଟିଦେଉଳ ଡାକ୍ତର ଖାନାକୁଅଣା ଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରତର ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇ ଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
