ଧାମନଗର ମିଡିଆ କ୍ଲବର ଶୁଭ ଉଦଘାଟନ
(ଭଦ୍ରକ)
ଧାମନଗର ରେ ପୁଣି ଏକ ଧାମନଗର ମିଡିଆ କ୍ଲବ ଜନ୍ମ ଲାଭ କରିବା ସହ କାର୍ଯ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଯୋଗ ଦେଇ ମେଡିକାଲ ବଜାର ଠାରେ ଧାମନଗର ମିଡ଼ିଆ କ୍ଲବ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଛନ୍ତି। ପରେ ମିଡ଼ିଆ କ୍ଲବ ସଭାପତି ସାମ୍ବାଦିକ ବିବେକାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ବରିଷ୍ଠ ସାମ୍ବାଦିକ ସେକ ଜାଫର ଅଲ୍ଲୀ ଆୟୋଜିତ ସଭା ସଂଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ତ୍ରିଲୋଚନ ସେଠୀ, ଥାନାଧିକାରୀ ରଞ୍ଜନ କୁମାର ସେଠୀ, ୟୁକୋ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ପ୍ରଭାତ ମହାନ୍ତି, ବାଲେଶ୍ଵର-ଭଦ୍ରକ ସମବାୟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ, ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ, ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ହୋଇ ସାମ୍ବାଦିକ ମାନେ ନିରପେକ୍ଷ ନିର୍ଭିକ ହେବା ଆବଶ୍ୟକ ବୋଲି ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ କର, ନିରାକାର ଧଳ, ସିଦ୍ଧେଶ୍ନର ସାମଲ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ, ମନୋଜ କୁମାର ସିଂଙ୍କ ସମେତ ବହୁ ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ, କଳାକାର ଯୋଗ ଦେଇଥିଲେ। ଏହି ଅବସରରେ ଯାଜପୁର ବ୍ଲକ ଏବିଇଓ ମନୋଜ କୁମାର ଜେନା, ସମାଜସେବୀ ନବଜୀବନ ଫାଉଣ୍ଡେସନ ମୁଖ୍ୟ ମାନସ ରଞ୍ଜନ ସାହୁ,ଏମଡି ତାଜୁଦ୍ଦିନ, କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ନରେନ୍ଦ୍ର କୁମାର ସାମଲ, ଅର୍ଗସ ଟିଭିର ଜିଲ୍ଲା ପ୍ରତିନିଧି ଦୀପ୍ତି ରଞ୍ଜନ ସାହୁ, କଳାକାର ଚନ୍ଦନ ଶ୍ରୀ ମହାପାତ୍ର,ଧାମନଗର ସାମ୍ବାଦିକ ସଂଘର ଉପସଭାପତି ଶିଶିର ସ୍ୱାଇଁ,ସାଧାରଣ ସମ୍ପାଦକ କାହ୍ନୁ ଚରଣ ଜେନା,ଅଜିତ ରାୟ,ସ୍ମୃତିରଞ୍ଜନ ଦୁବାଇ,ସୀତାକାନ୍ତ ବିଶ୍ୱାଳ,ଆଲୋକ ନାୟକ,ଉଦ୍ଧବ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା,ସମାଜ ଗଠନରେ ସାମ୍ବାଦିକ ମାନଙ୍କ ପ୍ରମୁଖ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଧାମନଗର ମିଡ଼ିଆ କ୍ଲବ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସଦାସୁମନ ଅର୍ପଣ କରିଥିଲେ। ଅତିଥି ମାନଙ୍କୁ ମିଡ଼ିଆ କ୍ଲବ ତରଫରୁ କର୍ମକର୍ତ୍ତା ପ୍ରଶାନ୍ତ କୁମାର ଦ୍ୱିବେଦୀ, ଦୁର୍ଗା ପ୍ରସାଦ ମହାପାତ୍ର, ଦୀନକୃଷ୍ଣ ମହାପାତ୍ର, ସେକ୍ ଦାବିରେ ବାବୁ, କୁମାରେଶ ଖିଲାର, ମାନସ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ନାୟକ, ସଞ୍ଜୟ କୁମାର ସେଠୀ, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ମିଡ଼ିଆ କ୍ଲବ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ରାଉତ ଉଦ୍ଦେଶ୍ୟ ଜ୍ଞାପନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
