*କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
କୋମନା ବ୍ଲକ୍ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରରେ ମୋଟ ୫୧ ଟି ଅଭିଯୋଗର ଶୁଣାଣି କରିଛନ୍ତି। ଏଥିରୁ ୩୫ ଟି ବ୍ୟକ୍ତିଗତ ୧୬ ଟି ଗୋଷ୍ଠୀଗତ ଅଭିଯୋଗ ସମ୍ବନ୍ଧୀୟ ଥିଲା lଏହି ସବୁ ସମସ୍ୟାର ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ଶିବିରରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଡି ଏଫ୍ ଓ କେନ୍ଦୁପତ୍ର ଏ ମାଧବୀ ଲତା, ଡି ଏଫ୍ ଓ ବନ୍ୟଜନ୍ତୁ ସମିର କୁମାର ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ , ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ବି ଡି ଓ ସର୍ବେଶ୍ଵର ଜାଲ, ତହସିଲଦାର ସୋନିଆ ଶ୍ରୀ ମଲ୍ଲିକ ,ଡେପୁଟି କଲେକ୍ଟର ଶେଖ୍ ନସିମ , ଏ ବି ଡି ଓ ଭକ୍ତବନ୍ଧୁ ଧରୁଆ, ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ।
