ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମେଦିନୀପୁର ବିଜୟୀ
ସୋର::( ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)ସୋର ୟୁଏନ୍ କଲେଜ ପଡ଼ିଆ ଠାରେ ଆଜି ସୋର ଫୁଟବଲ ଆସୋସିଏସନ୍ ଆନୁକୂଲ୍ୟରେ ମମତାଜ୍ ହୁସେନ୍ ମେମୋରିଆଲ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଅର୍ଥାତ୍ ଫାଇନାଲ ମ୍ୟାଚ ରେ ଖୁଦ୍ଦୀରାମ ନଗର ସୁବାଷ କର୍ନର , ମେଦିନୀପୁର ଏବଂ ମୟୁରଭଞ୍ଜ ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧରେ ଖେଳ ଆରମ୍ଭର ୬ ମିନିଟ ରେ ମେଦିନୀପୁର ଜୀତ ମହାତ ପ୍ରଥମ ଗୋଲ ଦେଇ ୧-୦ ଦଳକୁ ଅଗ୍ରଣୀ ଦେଇଥିଲେ ଥିବା ବେଳେ , ଅପରପକ୍ଷରେ ମୟୁରଭଞ୍ଜ ର ୧୨ ମିନିଟ୍ ରେ ଗୋଲ ଦେଇ ବରାବର ସ୍ଥିତି ୧-୧ କୁ ଆଣିଥିଲେ। ପରେ ମେଦିନୀପୁର ର ଶାନୁ ମହତ ୧୪ମିନିଟ୍ ରେ ଗୋଲ୍ ଦେଇ ୨-୧ ରେ ଅଗ୍ରଣୀ କରାଇଥିଲେ ପ୍ରଥମ ଅର୍ଦ୍ଧ ଖେଳ ସୁଦ୍ଧା ୨-୧ ଗୋଲ୍ ରେ ମେଦିନୀପୁର ଅଗ୍ରଣୀ ଥିଲା । ଦ୍ଵିତୀୟ ଅର୍ଦ୍ଧରେ ମେଦିନୀପୁରର ସାଗୁନ ସୋରେନ ୪୩ ମିନିଟରେ ଗୋଲ୍ ଦେଇ ଦଳକୁ ୩-୧ ରେ ଅଗ୍ରଣି ଦେଇଥିଲେ। ପରେ ପରେ ମୟୁରଭଞ୍ଜ କୁ ୪୭ ମିନିଟ୍ ରେ ଏକ ପେନାଲ୍ଟି ର ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା କରିନଥିଲେ ମୟୁରଭଞ୍ଜ ର କ୍ୟାପଟେନ ସ୍ମାଇଲ। ଏହା ସହିତ ମେଦିନୀପୁର ଦଳ ୩-୨ ରେ ଆଗରେ ରହିଥିଲା। ପରେ କୌଣସି ଗୋଲ୍ ନ ହେବାରୁ ଖୁଡ଼ିରାମ୍ ନଗର ସୁବାଷ କର୍ନର ୩-୨ ରେ ବିଜୟୀ ହୋଇ ଟ୍ରଫି ସହ ନଗଦ ପଚାଶ ହଜାର ଟଙ୍କା ପାଇଛି। ଅପର ପକ୍ଷରେ ମୟୁରଭଞ୍ଜ ଏକାଦଶ ରନର-ଅପ ଟ୍ରଫି ସହ ନଗଦ ତିରିଶ ହଜାର ପାଇଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ମେଦିନୀପୁର ଜୀତ ମାହାତ, ଶ୍ରେଷ୍ଠ ଡିଫେଣ୍ଡର ମାନିକ୍ ରାନା ମେଦିନୀପୁର ଶ୍ରେଷ୍ଠ ଗୋଲକିପର କୈଳାସ ବେହେରା, ଟୁର୍ଣ୍ଣାମେଣ୍ଟର ର ଶ୍ରେଷ୍ଠ ଖେଳାଳି ଭାବେ ମୟୂରଭଂଜ ର ଇସ୍ମାଇଲ ସିସେଙ୍କୁ ବିବେଚିତ କରାଯାଇଥିଲା। ଆଜିର ମ୍ୟାଚକୁ ରାଜୁ ମହାନ୍ତି ପରିଚାଳନା କରିଥିବା ବେଳେ ସହାୟକ ରେଫରୀ ଭାବେ ମାନସ କୁମାର ବିଶ୍ବାଳ ଓ ଜ୍ୟୋତିରଂଜନ ସ୍ୱାଇଁ ଖେଳକୁ ପରିଚାଳନା କରିଥିଲେ। ଉତ୍ତମ ବାରିକ ୪ର୍ଥ ରେଫରି ଥିଲେ। ଭାଷ୍ୟକାର ଭାବେ ଭାଗୀରଥି ପାତ୍ର ଏବଂ ମହେଶ୍ୱର ପତି ଯୋଗ ଦେଇଥିଲେ। ମୁଖ୍ୟଅତିଥି ଭାବେ ସୋର ବିଧାୟକ ମାଧବ ଧଡା ଯୋଗଦେଇଥିଲେ। ଏହାକୁ ସୋର ଫୁଟବଲ ଆସୋସିଏସନ୍ର ସଭାପତି ଅଶୋକ କୁମାର ମହାନ୍ତି, ଉପସଭାପତି ବଙ୍କେଶ ବେହେରା, ରାଜେନ୍ଦ୍ର ମହାନ୍ତି, ସଂଗଠନ ସଂପାଦକ ମହେଶ୍ୱର ବେହେରା, ସହ ସଂପାଦକ ଅବଦୁଲ ଉଦିତ ଖାଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
