କଙ୍କଡ଼ାହାଡ଼ (ସତ୍ୟବାଦୀ ସେଠୀ) – ତିନିଗୋଟି ପଂଚାୟତ ଯଥା ମକୁଆ କାଟେନି,
କେରୋଜୋଲି ଓ ବାଟ ଗାଁ ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଭାର ତୁଲାଇଥିଲେ ସରୋଜ କୁମାର୍ ବେହେରା,କଙ୍କଡ଼ାହାଡ଼ ର ଏକୋଇଶି ଟି ପଂଚାୟତ ର
ନିର୍ବାହୀ ଅଧିକାରୀଙ୍କ ସଂଘ ର ସଭାପତି ଥିଲେ ସରୋଜ, ତାଙ୍କ
ଅବସର କାଳୀନ ବିଦାୟ ସମ୍ବର୍ଧନା ବାଟ ଗାଁ ଗ୍ରାମ ପଂଚାୟତ
କାର୍ଯ୍ୟାଳୟ ପରିସରରେ ମହା ଆଡମ୍ବର ରେ କରା ଯାଇଛି
ବିଦାୟ ଉତ୍ସବରେ ସଂଘର ସମ୍ପାଦକ, କୋଷାଧ୍ୟକ୍ଷ ସମେତ
ସମସ୍ତେ ଉପସ୍ଥିତ ଥିଲେ, ବିଦାୟ ଉତ୍ସବ ରେ ସରୋଜ ଙ୍କୁ
ମୁଣ୍ଡରେ ପଗଡ଼ି ପିନ୍ଧାଇ, ପୁଷ୍ପ ଗୁଚ୍ଛ ସହ ଆବଶ୍ୟକୀୟ ଉପହାର ଦେଇ ଉତ୍ତରୀୟ ପିନ୍ଧାଇ ଥିଲେ କର୍ମକର୍ତ୍ତା ମାନେ,
ବିଦାୟ ସମ୍ବର୍ଧନା ସଭା ସରିବା ପରେ କଙ୍କଡ଼ାହାଡ଼ ବ୍ଲକ୍
ର ସମସ୍ତ ନିର୍ବାହୀ ଅଧିକାରୀ ଙ୍କୁ ନେଇ ଏକ ବୈଠକ ହୋଇଥିଲା,ନୂତନ ନିର୍ବାହୀ ଅଧିକାରୀ ସଂଘ ର ସଭାପତି
ଭାବେ ସୁନିଲ କୁମାର୍ ପରିଡା,ସମ୍ପାଦକ ଭାବେ ନିଖିଲ ନାଏକ
ଓ କୋଷାଧ୍ୟକ୍ଷ ଭାବେ ଝୁନୁ ରାଣୀ ସିଂହ ଙ୍କୁ ଚୟନ କରିଥିଲା
ସଙ୍ଘ, ଏହି ପୂର୍ବରୁ ସରୋଜ କଙ୍କଡ଼ାହାଡ଼ ବ୍ଲକ୍ ର ଜି.ପି. ଡି.ଓ
ଭାବେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ, ସରୋଜ ଜଣେ ସ୍ଵଭାବ ଚପଳ,ପରୋପକାରୀ ବ୍ୟକ୍ତି ଭାବେ କଙ୍କଡ଼ାହାଡ଼
ବ୍ଲକ୍ ରେ ପରିଚିତ ବ୍ୟକ୍ତି ଥିଲେ ।
