*ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ପଡିଆ ଠାରେ ଫୁଟବଲ ମହାକୁମ୍ଭ ୨୦୨୫ ଫାଇନାଲ ରେ ଖଡିଆଳ ଦଳ ବିଜୟୀ*
ନୂଆପଡା (ମିଖାଏଲ ନନ୍ଦ)
.ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ପଡିଆ ଠାରେ ଫୁଟବଲ ମହାକୁମ୍ଭ ୨୦୨୫ ଫାଇନାଲ ଖେଳ ଅନୁଷ୍ଠିତ। ଖଡିଆଳ ଏବଂ ଭୋଜପୁର ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟାର୍ଦ୍ଧ ରେ ଖଡିଆଳ ଦଳ ୧ ଗୋଲ ଦେଇ ନିଜ ସ୍ଥିତି ମଜଭୁତ କରିଥିଲେ। ଶେଷ ରେ ଖଡିଆଳ ଦଳ ୧-୦ ଗୋଲରେ ଫୁଟବଲ ମହାକୁମ୍ଭ ରେ ଚମ୍ପିୟାନ ହୋଇଅଛନ୍ତି। ଖେଳ ଆରମ୍ଭ ବେଳେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଖଡିଆଳ ସହର କଳା, ସାହିତ୍ୟ ସଂସ୍କୃତି ନୁହେଁ କ୍ରୀଡା ଓ ଖେଳ ରେ ମଧ୍ୟ ନିଜ ସ୍ଵତ୍ତନ୍ତ୍ର୍ ସ୍ଥାନ ବଜାୟ ରଖଛି। ଏହି ପରମ୍ପରା ଅବ୍ୟାହତ ରହିଲେ ଖେଳ ଜଗତରେ ମଧ୍ୟ ସୁନାମ ଆଣିବା ବୋଲି ଆହ୍ବାନ କରିଥିଲେ। ଅତିଥି ରୂପେ ଏସପି ଅମୃତପାଲ୍ ସିଂ, ଓଡ଼ିଶା କ୍ରିକେଟ ଏସୋସିଏସନ୍ ଭୈରବ ସାହୁ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ରୂପେ ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଭୋଜପୁର ସରପଞ୍ଚ କୁଳମଣି ନାଏକ ଯୋଗ ଦେଇଥିଲେ। ସାଂସ୍କୃତିକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ଗାଏକ ରୁକୁ ସୁନା ଦର୍ଶକଙ୍କୁ ବିମୋହିତ କରିଥିଲେ।
