*ଜଟଗଡ଼ ଗାଁରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ବ୍ୟଞ୍ଜନ ଦ୍ୱାଦଶୀ ପର୍ବ ଧୁମ ଧାମରେ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ମାର୍ଗଶିର ଶୁକ୍ଳ ଦ୍ୱାଦଶୀ ବ୍ୟଞ୍ଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ପରିଚିତ I ଦ୍ୱାପର ଯୁଗର ଲୋକ କଥା ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ପ୍ରତି ବର୍ଷ ଏହି ପର୍ବ ପାଳିତ ହୋଇ ଆସୁଛି I ଆଜିର ଦିନରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ନାନାଦି ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ରହିଛି I ସେହି ପରମ୍ପରାକୁ ମନେ ପକାଇବା ପାଇଁ ଆଜିର ଦିନରେ ନୂଆପଡା ଜିଲ୍ଲା କୋମନା ବ୍ଲକର ଜଟଗଡ଼ ଗାଁର ବରଗଛ ବୃକ୍ଷ ମୂଳ ଠାରେ ବିଗତ 17 ବର୍ଷ ହେବ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସାହର ସହ ପାଳିତ ହୋଇଆସୁଛି I ପ୍ରଥମେ ଏହି ବ୍ୟଞ୍ଜନ ଦ୍ଵାଦଶୀ ପୂଜା ସ୍ବର୍ଗତ ବାବା ଭାଗବତ ଚରଣ ଦାସ ଜଟଗଡ ଗାଁରେ ଆରମ୍ଭ କରିଥିଲେ ସେହି ଦିନରୁ ବ୍ୟଞ୍ଜନ ଦ୍ଵାଦଶୀ ପୂଜା ପାଳିତ ହେଉଛି ।ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ ସମ୍ପ୍ରଦାୟ ଶ୍ରଦ୍ଧାଳୁ ମାନଙ୍କର ଏହା ପ୍ରମୁଖ ପର୍ବ, କୃଷ୍ଣ ଲୀଳା ଏହି ପ୍ରଜାପ୍ୟ ପୁଅ ଗୌଡ଼ ବଂଶୀୟ ଧର୍ମଳମ୍ବି ମାନେ ନିଷ୍ଟାର ସହିତ ପାଳନ କରିଥାନ୍ତି I କିମ୍ବାଦନ୍ତି କୁହେ ମା ଯଶୋଦା ହଠାତ୍ ଦିନେ ଦେଖିଲେ ଜେ ତାଙ୍କ ପୁଅ ଶ୍ରୀକୃଷ୍ଣର ଦେହ ଝଡି ଯାଇଛି I ମା ଦେଖିଲେ ଯେ ପୁଅ ସୁଖୀ କଲା କାଠ ପଡି ଯାଇଛି ଏତିକିରେ ମା ଉଛନ ହୋଇ ଭାବିଲେ ନ ଖାଇ ନ ପିଇ ସେ ଏମିତି ହୋଇଗଲାଣି, ସେଥିପାଇଁ ଯଶୋଦା ନାନାଦି ପୁଷ୍ଟିକର, ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣକୁ ଖୁଆଇଥିଲେ । ଏହି ପର୍ବକୁ ପାଳନ କରିବା ପାଇଁ ଜଟଗଡ଼ ଗାଁର ବରଗଛ ବୃକ୍ଷ ମୂଳରେ ଏହା ଅଭିନଵ ଢଙ୍ଗରେ ଆୟୋଜନ କରନ୍ତି I
ପ୍ରଭୁ ଙ୍କ ପୂଜା ରେ ସାମିଲ ହେବା ପାଇଁ ଅଞ୍ଚଳ ର ଶହ ଶହ ସଂଖ୍ୟା ରେ ଆସି ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି।ଗାଁ ରେ ଭକ୍ତ ଙ୍କ ଦ୍ଵାରା ସଙ୍କୀର୍ତ୍ତନ,ଘଣ୍ଟ,ଶଙ୍ଖ ଓ ହୁଳହୁଳି ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଯାଇଥିଲା ।ପରେ ପୂଜା ପାଠ ଶେଷରେ ସମସ୍ତେ ମହାପ୍ରଭୁଙ୍କ ପ୍ରସାଦ ସେବନ କରିଥିଲେ ।ଏଥିରେ ପୂଜକ ଭାବରେ ଗଜପତି ବନଛୋର ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନ କରିଥିବା କର୍ତ୍ତା ଭାବରେ ଯଶବନ୍ତ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସୁକାନ୍ତି ପ୍ରଧାନ ରହିଥିବା ବେଳେ ଖଗେଶ୍ୱର ପ୍ରଧାନ,ଶିବ ବନଛୋର,ଜୟବଳ ନାଗ,ଶଙ୍କର ବନଛୋର,ପ୍ରଭାତ ପ୍ରଧାନ, ଅଶୋକ ପ୍ରଧାନ,ଧ୍ରୁବ ବାଗ,ପବିତ୍ର ପ୍ରଧାନ,ନଟବର ବାଗ,କେଶବ ଚିନାଗୁନ,ଘନଶ୍ୟାମ ପ୍ରଧାନ,ଶରତଚନ୍ଦ୍ର ପ୍ରଧାନ ପ୍ରମୁଖ ସହ ଗ୍ରାମ ବାସୀ ସହଯୋଗ କରିଥିଲେ ।
