*ଖଡିଆଳ ନିବାସୀ ଅନୁଗ୍ରହ ନାରାୟଣ ତିୱାରୀ ଙ୍କ ଆଜି ୭୯ ବର୍ଷ ବୟସ ରେ ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନ ରେ ଦେହାନ୍ତ, ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ନିବାସୀ ଅନୁଗ୍ରହ ନାରାୟଣ ତିୱାରୀ ଙ୍କ ଆଜି ୭୯ ବର୍ଷ ବୟସ ରେ ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନ ରେ ଦେହାନ୍ତ ହୋଇଅଛି। ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଅନୁଗ୍ରହ ନାରାୟଣ ତିୱାରୀ ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ରେ ଅଧ୍ୟୟନ କରି ରେଭେନ୍ସା, ପରେ ଆଲାହାବାଦ ବିଶ୍ବ ବିଦ୍ୟାଳୟ ଅଧ୍ୟୟନ କରିଥିଲେ। ୧୯୬୯ ବେଚ
ଆଇ. ଏ.ଏସ. ଆନ୍ଦ୍ରା କେଡ଼ର ଭାବରେ ଯୋଗଦାନ କରିଥିଲେ। ଭାରତର ମୁଖ୍ୟ ସୂଚନା କମିଶନ ଭାବରେ କାର୍ଯ୍ୟ କରିଥିବା ବେଳେ ୨୦୦୫ ସୂଚନା ଅଧିକାର ଆଇନ ମୁଖ୍ୟ ବିନ୍ଧାଣୀ ରୂପେ ଡ୍ରାଫ୍ଟ କରିଥିଲେ।ଆନ୍ଧ୍ରା ରେ ରାଜସ୍ବ ସଚିବ, ଭାରତର ଉପ ରାଷ୍ଟ୍ରପତି ସ୍ୱର୍ଗତ କୃଷ୍ଣ କାନ୍ତ ଙ୍କ ପ୍ରମୁଖ ସଚିବ, ବ୍ୟକ୍ତିଗତ ସଚିବ, ଭାବରେ ବହୁ ଦାୟିତ୍ଵ ନିର୍ବାହ କରି ଭାରତ ପାଇଁ ତାଙ୍କ ଅବଦାନ ଅତୁଳନୀୟ ଅଟେ। ତାଙ୍କ ଗୋଟିଏ ପୁଅ ରୋହିତ ତିୱାରୀ ଶେଶକୃତ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଅବସର ପ୍ରାପ୍ତ ଆଇ ଏ ଏସ ସ୍ୱର୍ଗତ ଅବୋଦ ନାରାୟଣ ତିୱାରୀ ଙ୍କ ସାନ ଭାଇ ଅନୁଗ୍ରହ ନାରାୟଣ ତିୱାରୀ ଙ୍କ ଦେହାନ୍ତ ପରେ ବିଭିନ୍ନ ମହଲ କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
