*ନୂଆପଡା ଜିଲ୍ଲା ପ୍ରାକୃତିକ ବୈଭବ, ପ୍ରକୃତି ସମ୍ପାଦାରେ ଭର ପୂର୍, ପର୍ଯ୍ୟଟନ ମାନ୍ୟତା, ଭିତ୍ତିଭୂମିର ବିକାଶ ସାଙ୍ଗକୁ ଉନ୍ନତମାନର ଗମନା ଗମନ ସୁବ୍ୟବସ୍ଥା ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ସହାୟକ ହେବ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ପ୍ରାକୃତିକ ବୈଭବ ଏବଂ ସମ୍ପଦା ରେ ଭର ପୂର୍, ପର୍ଯ୍ୟଟନ ମାନ୍ୟତା, ଭିତ୍ତିଭୂମିର ବିକାଶ ସାଙ୍ଗକୁ ଉନ୍ନତମାନର ଗମନା ଗମନ ସୁବ୍ୟବସ୍ଥା ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ସହାୟକ ହେବ। ଜିଲ୍ଲା ର ପ୍ରକୃତି ଭୂସ୍ବର୍ଗ ସୁନାବେଡ଼ା ଅଭୟାରଣ୍ୟ ରେ ଛୋଟ ବଡ କରି ୧୩ ଗୋଟି ଜଳ ପ୍ରପାତ ରହିଅଛି। ସେଥି ମଧ୍ୟରୁ ଖରଲ ଧସ୍, ବେନୁଆଁ ଧସ, ଏବଂ ଗୋ-ଧସ୍ ଅନ୍ୟତମ ଅଟେ। ତିନି ଗୋଟି ଜଳ ପ୍ରପାତ ସମୁଦ୍ର ପତ୍ତନ ରୁ ୩୦୦୦ ଫୁଟ ଉଚ୍ଚତା ରେ ଅବସ୍ଥିତ ଅଟେ। ବେନୁଆଁ ଧସ ଜଳ ପ୍ରପାତ ପଥର ଚଟାଣ କୁ ଚିରି ୮୦ ଫୁଟ ଉଚ୍ଚତା ରୁ ଜଳ ପ୍ରବାହିତ ହୋଇଥାଏ। ସତରେ ସବୁଜ ସୋଭା ରାଜିରେ ଧଳା ରଙ୍ଗର ଶାଢ଼ୀ ପିନ୍ଧି ଥିବା ଧରିତ୍ରୀ ଙ୍କ ସୁଶୋଭିତ ବେଶ। ଏହା କୌଣସି ଚିତ୍ର ଶିଳ୍ପୀଙ୍କ କାରୁକାର୍ଯ୍ୟ ନୁହେଁ। ପ୍ରାକୃତିକ ଘଞ୍ଚ ସବୁଜ ବାନାନିରେ ପ୍ରକୃତି ର କାରିଗରି ଅଟେ। ସମୟ ସତେ ଅଟକି ଯାଇଥାଏ ପର୍ଯ୍ୟଟକଙ୍କ। ରହି ଯାଆନ୍ତା କି ଘଡି ର ସେ, ଟୀକ ଟୀକ୍ ଶବ୍ଦ, ସୂର୍ଯ୍ୟଙ୍କ ଗତି ଧିମେଇ, ଅସ୍ତଗାମୀ ସୂର୍ଯ୍ୟ ବିଳମ୍ବରେ ଗମନ ହେବା ପାଇଁ ଅନେକ ନିବେଦନ ଆସିଥାଏ। ନିୟତି ନିୟମ,ବହୁଡ଼ିବା ବେଲ ରେ ପର୍ଯ୍ୟଟକ ମାନେ ନିଜ ଗନ୍ତବ୍ୟ ପଥ ରେ ଅଗ୍ରସର।
